ବୋଉ Bou
- ଦେ. ବି. ସ୍ତ୍ରୀ (ସଂ. ବଧୂ) — ବୋହୂ (ଦେଖ) — Bohū (See)
- ପ୍ରାଦେ. (କଟକ, ପୁରୀ) ବି — ମାଆ — Mother
- ପ୍ରାଦେ. (କଟକ, ପୁରୀ) ବି — [ଦ୍ର—ସାଧାରଣତଃ ପୁରୀ ଓ କଟକ ଜିଲ୍ଲାର ବ୍ରାହ୍ମଣ, କେତେକ କରଣ ଓ ଖଣ୍ଡାୟତ ବା କ୍ଷତ୍ରିୟ ପରିବାରରେ ମାତାଙ୍କୁ 'ବୋଉ' ଓ ପିତାମହୀଙ୍କୁ 'ମା' ବୋଲି ଡାକନ୍ତି । ଶୂଦ୍ରମାନେ ମାତାଙ୍କୁ 'ମା' ଓ ପିତାମହୀଙ୍କୁ 'ବୁଢ଼ୀ ମା' ବା 'ଆଈ' ବୋଲି ଡାକନ୍ତି।]