ବୃକ୍ଷ Bṛuksha
- ସଂ. ବି (ବୃକ୍ଷ୍ ଧାତୁ+କର୍ତ୍ତୃ. ଅ; କିମ୍ବା ବ୍ରଶ୍ଚ୍ ଧାତୁ=ଛେଦନ କରିବା+କର୍ମ. ଅକ) — ଗଛ; ପାଦପ — A tree
- ସଂ. ବି (ବୃକ୍ଷ୍ ଧାତୁ+କର୍ତ୍ତୃ. ଅ; କିମ୍ବା ବ୍ରଶ୍ଚ୍ ଧାତୁ=ଛେଦନ କରିବା+କର୍ମ. ଅକ) — [ଦ୍ର—ଯେଉଁ ଉଦ୍ଭିଦର ମୂଳରୁ ଗୋଟିଏ ଟାଣୁଆ ଓ ସିଧା ଗଣ୍ଡି ସିଧାହୋଇ ଉଚ୍ଚକୁ ଉଠେ, ଓ ଭୂମିରୁ କିଛି ଦୂର ଉଠିଲା ପରେ ଯହିଁରୁ ଶାଖା ବାହାରେ ଓ ଯହିଁରେ ପତ୍ର ଥାଏ ତାକୁ ବୃକ୍ଷ ବୋଲାଯାଏ।]
- ସଂ. ବି (ବୃକ୍ଷ୍ ଧାତୁ+କର୍ତ୍ତୃ. ଅ; କିମ୍ବା ବ୍ରଶ୍ଚ୍ ଧାତୁ=ଛେଦନ କରିବା+କର୍ମ. ଅକ) — ବୃକ୍ଷପରି ମୂଳ ଓ ଶାଖା ପ୍ରଶାଖାଯୁକ୍ତ କଳ୍ପିତ ଚିତ୍ର (ଯଥା—ବଂଶବୃକ୍ଷ) — Any picture or drawing in the shape of a tree (having a root and branches) (e, g, genealogical tree)
- ଦେ. ବି — ଯେ କୌଣସି ପ୍ରକାର ବଡ଼ ଉଦ୍ଭିଦ — Any big or tall vegetable growth growing out of a root