ବୁଣା Buṇā
- ଦେ. ବି (ସଂ. ବପନ, ବୟନ) — କ୍ଷେତ୍ରରେ ଧାନ ଆଦିର ମଞ୍ଜି ବୁଣିବା କ୍ରିୟା — The act of sowing seeds in a field
- ଦେ. ବି (ସଂ. ବପନ, ବୟନ) — ଲୁଗା ଆଦି ବୁଣିବା କ୍ରିୟା — The act of weaving cloth
- ଦେ. ବି (ସଂ. ବପନ, ବୟନ) — ଘର ଚାଳର ରୁଅ ଉପରେ ବତା ପକାଇ ଉକ୍ତ ବତାକୁ ରୂଅ ସଙ୍ଗେ ବେତ ବା ସୁତୁଲି ଦଉଡ଼ିଦ୍ୱାରା ବାନ୍ଧିବା କର୍ମ — The act of tying by means of fibrous strips of cane the layer of split bamboos to the rafters of a thatched house
- ଦେ. ବି (ସଂ. ବପନ, ବୟନ) — ଚଉକି ଆଦିରେ ବେତ ବୁଣିବା କର୍ମ — The act of interlacing a chair with strips of cane
- ଦେ. ବି (ସଂ. ବପନ, ବୟନ) — ବିକ୍ଷେପଣ; ବିଞ୍ଚି ଦେବା — The act of scattering
- ଦେ. ବି (ସଂ. ବପନ, ବୟନ) — ଉଲ୍ ବୁଣିବା; କମ୍ପଟର୍ ବା ମୋଜା ଆଦିକୁ ଛୁଞ୍ଚି ଓ ଉଲ୍ ସାହାଯ୍ୟରେ ବୁଣିବା — Knitting
- ଦେ. ବି (ସଂ. ବପନ, ବୟନ) — [ଦ୍ର—ଯେଉଁ ଉପାଦାନଦ୍ୱାରା ବୁଣିବା କ୍ରିୟା କରାଯାଏ ତା ପ୍ରତି 'ବୁଣିବା' ଏବଂ ଉକ୍ତରୂପ 'ବୁଣିବା' କ୍ରିୟାଦ୍ୱାରା ଯେଉଁ ବସ୍ତୁ ଉତ୍ପନ୍ନ ହୁଏ ତା ପ୍ରତି ମଧ୍ୟ 'ବୁଣିବା' କ୍ରିୟା ପ୍ରୟୋଗ କରାଯାଏ।
- ଦେ. ବି (ସଂ. ବପନ, ବୟନ) — ଯଥା—ଉଲ୍ ବୁଣିବା ଓ ଉଲ୍ରେ କମ୍ପଟ୍ ବୁଣିବା, ଧାନ ବୁଣିବା ଓ ବିଲରେ ଧାନ ବୁଣିବା, ବେତ ବୁଣିବା ଓ ବେତରେ ଚଉକି ବୁଣିବା, ବାଉଁଶ ବୁଣିବା ଓ ବାଉଁଶରେ ଟୋକେଇ ବୁଣିବା ଆଦି ପ୍ରୟୋଗ ହୁଏ।]
- ଦେ. ବି (ସଂ. ବପନ, ବୟନ) — ନୀଚ ଜାତୀୟ ତନ୍ତୀବିଶେଷ — A class of low caste weavers
- ଦେ. ବିଣ — (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ବେତବୁଣା ଖଟ, ଦଉଡ଼ିବୁଣା ଖଟିଆ) କୋଣସି ସୂତ୍ର ବା ତନ୍ତୁଦ୍ୱାରା ବୟନ କରାଯାଇଥିବା — woven with certain fibrous materials
- ଦେ. ବିଣ — (ବୀଜ) ବପନ କରାଯାଇଥିବା — Sown
- ଦେ. ବିଣ — (ବସ୍ତ୍ର) ବୟନ କରାଯାଇଥିବା — Woven