ବସାଇବା Basāibā

  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — କୌଣସି ବ୍ୟକ୍ତିକୁ କୌଣସି ସ୍ଥାନରେ ଉପବେଶନ କରାଇବା — To cause one to sit
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — (ଯଥା—ତାଙ୍କୁ ନେଇ ସଭାରେ ବସାଅ।)
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — କୌଣସି ସ୍ଥାନରେ ନୂତନ ଗ୍ରାମ, ନଗର, ଦୋକାନ, ହାଟ ଆଦି ସ୍ଥାପିତ କରିବା; ପ୍ରତିଷ୍ଠିତ କରିବା — 1. To establish (a new village etc, at a place); to start; to set up; to found
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — ଗ୍ରାମ ବସାଇ ନିଜ ନାମେ ରହିଲା ଚମ୍ପାପୁରୀ ଗ୍ରାମେ। ଜଗନ୍ନାଥ. ଭଗବତ।
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — କୌଣସିଠାରେ କୌଣସି ବସ୍ତୁକୁ ସ୍ଥିର ବା ଦୃଢ଼ ଭାବରେ ରଖିବା — To set a thing firmly
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — ଛାଗଳ ଶିର ତାର କନ୍ଧେ ବସାଅ ମନ୍ତ୍ର ଅନୁବନ୍ଧେ। ଜଗନ୍ନାଥ. ଭାଗବତ।
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — ଅଳଙ୍କାରାଦିରେ ରତ୍ନ ଆଦି ଖଚିତ କରିବା — To set gems etc. on ornaments
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — (ଯଥା—ଏ ମୁଦିରେ ଖଣ୍ଡେ ହୀରା ବସାଇବି।)
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — ଘନୀଭୂତ କରାଇବା; ଜମାଇବା — To cause a liquid to co-agulate; to solidify
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — (ଯଥା—ଏ ଘିଅକୁ କାକରରେ ରଖି ବସାଅ।)
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — ସନ୍ନିବେଶିତ କରିବା; ରଖିବା; ସ୍ଥାପନ କରିବା; ଥୋଇବା — To put; to place; to lay down
  • ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ) — (ଯଥା—ଚୁଲି ଉପରେ ହାଣ୍ଡି ବସାଅ।)