ବମ୍ବେଇ Bambei

  • ଦେ. ବି. (ନାମ) — ଭାରତର ପଶ୍ଚିମ ଉପକୂଳସ୍ଥ ପ୍ରଦେଶ ଓ ରାଜଧାନୀ — Bombay Presidency and capital town
  • ଦେ. ବି. (ନାମ) — [ଦ୍ର—ପୁରାକାଳର ଏହା ସମୁଦ୍ରମଧ୍ୟସ୍ଥ କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପପୁଞ୍ଜର ସମଷ୍ଟି ଥିଲା। ଇଂରେଜମାନେ ଲବଣ— ଜଳପୂର୍ଣ୍ଣ ସ୍ଥାନମାନ ମୃତ୍ତିକାରେ ପୂର୍ଣ୍ଣ କରି କେତେକ ଗୁଡ଼ିଏ ଦ୍ୱୀପକୁ ମିଶାଇ ଏ ସହରର ଭିତ୍ତି ସ୍ଥାପନ କଲେ। ଭୂଲେଶ୍ୱର ନାମକ ସ୍ଥାନରେ ପ୍ରତିଷ୍ଠିତ ମୁମ୍ବା ଦେବୀଙ୍କ ନାମାନୁସାରେ ଏ ସହରର ନାମ ହିନ୍ଦୀରେ ମୁମ୍ବାଇ ଓ ଅନ୍ୟ ଭାଷାରେ ବମ୍ବାଇ, ବମ୍ବେଇ ଓ ଇଂରାଜିରେ 'ବମ୍ବେ' ହୋଇ ଅଛି। ଏହା ବର୍ତ୍ତମାନ ଭାରତବର୍ଷରେ ଗୋଟିଏ ସମୃଦ୍ଧିଶାଳୀ ନଗର। ମଦନମୋହନ— ତୀର୍ଥଦର୍ଶନ।]