ଫୁଲାଇବା Phulāibā

  • ଦେ. କ୍ରି — (ଫୁଲିବା କ୍ରିୟାର ଣିଜନ୍ତ ରୂପ) — the causative form of Phulibā
  • ଦେ. କ୍ରି — ସ୍ଫୀତ କରିବା — To puff up; to cause to swell
  • ଦେ. କ୍ରି — ହସି ଫୁଲାଇଲୁ ନାସାକୁ ରେ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. କ୍ରି — ଗର୍ବିତ ହେବା — To be proud
  • ଦେ. କ୍ରି — ସ୍ଫୀତ ହେବା — To be swollen or puffed up
  • ଦେ. କ୍ରି — (ଯଥା—ତା ପେଟ ଫୁଲେଇଛି।)
  • ଦେ. କ୍ରି — ଆକାରରେ ବୃଦ୍ଧି ପାଇବା — To become larger in size
  • ଦେ. କ୍ରି — ସୌଗନ୍ଧିକ ପୁଷ୍ପରେ ବାଜି ଗନ୍ଧବହ ବହି ଫୁଲାଇଛି ଦେବଙ୍କ ଦିବ୍ୟ ଦେହ। କୃଷ୍ଣସିଂହ ମହାଭାରତ, ବନ।
  • ଦେ. କ୍ରି — (ସଂ. ଫୁଲକିତ)—ଉତ୍ଫୁଲ୍ଲ କରିବା; ପୁଲକିତ କରିବା — To gladden; to make one cheerful
  • ଦେ. କ୍ରି — କହି ସେ ଫୁଲାଉଛି ଦେହିରେ ଦେହି। କୃଷ୍ଣସିଂହ ମହାଭାରତ ଆଦି।