ପୁହେଇବା Puheibā

  • ଦେ. କ୍ରି—(ସଂ. ପ୍ରଭାତ) — ରାତିଯାକ ଚେଇଁ ରହିବା — To remain awake throughout the night
  • ଦେ. କ୍ରି—(ସଂ. ପ୍ରଭାତ) — ପୁଆଇବା; ରାତ୍ରି ପ୍ରଭାତ ହେବା ପର୍ଯ୍ୟନ୍ତ ସମୟ ଅତିବାହିତ କରିବା — To pass the night till dawn; to let the night dawn
  • ଦେ. କ୍ରି—(ସଂ. ପ୍ରଭାତ) — କାମିନୀ ସଙ୍ଗେ ପୁହାଉ ତୁ ରାତି— କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. କ୍ରି—(ସଂ. ପ୍ରଭାତ) — ଅତିବାହିତ କରିବା; ସମୟ କ୍ଷେପଣ ବା ନଷ୍ଟ କରିବା — To while away the time
  • ଦେ. କ୍ରି—(ସଂ. ପ୍ରଭାତ) — ଦୁଃଖେ ରଜନୀ ପୁହାଇଲା ନିଜ ସଭାରେ ବିଜେ କଲା—ଜଗନ୍ନାଥ. ଭାଗବତ।