ପିଲାଏ Pilāe
- ଦେ. ବି. (ବହୁବଚନ) — ପିଲାମାନେ; ଶିଶୁମାନେ — Children
- ଦେ. ବି. (ବହୁବଚନ) — ଆଣରେ ପିଲାଏ ମୂଷାମାଟି, ମେଘ ଯାଉ ଫସରଫାଟି। ଶିଶୁଗୀତ।
- ଦେ. ବି. (ବହୁବଚନ) — ନିଜର ପରିବାରସ୍ଥ ସ୍ତ୍ରୀପୁତ୍ରାଦି — Family members consisting of one's wife and children
- ଦେ. ବି. (ବହୁବଚନ) — ଆପଣାର ସ୍ତ୍ରୀ — Wife (in euphemism)
- ଦେ. ବି. (ବହୁବଚନ) — [ଦ୍ର—ଲୋକେ 'ମୋ ସ୍ତ୍ରୀ' ବୋଲି ନ କହି 'ଆମ ପିଲାଏ, ଆମ ଉଆସ, ଆମ ଘରେ, ଆମ ଘରଆଡ଼େ' ଆଦି ବାକ୍ୟ ବ୍ୟବହାର କରି— ଥାଆନ୍ତି। ଯେପରି କି 'ମୋ ସ୍ତ୍ରୀ ବା ଭାରିଜା' ଶବ୍ଦଟା ଦାଣ୍ଡଲୋକଙ୍କ ଆଗରେ ବ୍ୟବହାର କରିବାକୁ ଲାଜ ମାଡ଼େ। ଏହିପରି ମଧ୍ୟ ସ୍ତ୍ରୀମାନେ 'ମୋ ସ୍ୱାମୀ' ବୋଲି ନ କହି 'ଆମର ସେ, ଆମର ସେମାନେ, ଆମ ଦାଣ୍ଡ ଆଡ଼େ' ଶବ୍ଦମାନ ବ୍ୟବହାର କରନ୍ତି।]