ପସାରୁଣୀ Pasāruṇī
- ଦେ. ବି. ସ୍ତ୍ରୀ. — (ପସାରୀର ସ୍ତ୍ରୀଲିଙ୍ଗ) ଯେଉଁ ସ୍ତ୍ରୀଲୋକ ହାଟକୁ ପସରା ନେଇ ପଣ୍ୟାଦି ବିକେ — A female huckster
- ଦେ. ବି. ସ୍ତ୍ରୀ. — (ସଂ. ପ୍ରସାରିଣୀ)—ଏକ ପ୍ରକାର ଔଷଧି ଲତା — A medicinal creeper; Paederia Fœtida
- ଦେ. ବି. ସ୍ତ୍ରୀ. — [ଦ୍ର—ଏ ଲତାର ପତ୍ର ଅତ୍ୟନ୍ତ ଦୁର୍ଗନ୍ଧ— ମୟ। କିନ୍ତୁ ତିଅଣ ବା ଝୋଳ ହେଲେ ଏଥିର ଗୁର୍ଗନ୍ଧ ରହେ ନାହିଁ। ଏହାର ପତ୍ର ଓ ଡଙ୍କର ଝୋଳ କରି ପଥ୍ୟରୂପେ ରୋଗୀ ଖାଏ। ଏହାର ରସ ଦେହରେ ମାଲିସ କଲେ ଅଙ୍ଗ ପ୍ରସାରିତ ହୁଏ ବୋଲି ଏହାର ନାମ ପ୍ରସାରିଣୀ। ଏହା ଆଛୁକାଦି ବର୍ଗର ଦୁର୍ଗନ୍ଧ ରୋହିଣୀ ଲତା, ଫୁଲ କଳମ— ଲଟାର ଫୁଲ ପରି ଓ ଶରତ୍ କାଳରେ ଫୁଟେ; ଏ ଲତା ବହୁତ ମାଡ଼ି ଯାଏ। ବୈଦ୍ୟକ ମତରେ ଏହା ବଳବୀର୍ଯ୍ୟ ବର୍ଦ୍ଧକ, ବାତ ପିତ୍ତ ନାଶକ, ଭଗ୍ନାସ୍ଥି ସଂଯୋଜକ, ସ୍ୱରଭଙ୍ଗ ଓ ବାତ ଆଦି ରୋଗରେ ଉପକାରୀ।]