ତେନ୍ତରା Tentarā
- ଦେ. ବି — ଅଖ ଉପରେ ଶଗଡ଼ ଦଣ୍ଡା ରଖାଯିବା ପାଇଁ ଦଣ୍ଡା ତଳେ ଲଗାଯାଇଥିବା କାଷ୍ଠଖଣ୍ଡ ଦ୍ୱୟ — Two pieces of grooved wood set over the axle of a bullock cart to support the shafts or beams
- ଦେ. ବି — (ସଂ. ନାମ—ଭଣ୍ଡୀର; କପୀତନ)- ବଡ଼ ଓ ଡେଙ୍ଗା ବନ୍ୟ ବୃକ୍ଷବିଶେଷ — Albizzia Procera (Tree) (Haines)
- ଦେ. ବି — [ଦ୍ର—ଏହାର ବକଳା ଈଷତ୍ ହରିତ୍ ଓ ଧଳା। ସନ୍ତସନ୍ତିଆ ମାଟିରେ ଏ ଗଛ ବଢ଼େ। ଗୋଲେଇ 7।8 ଫୁଟ ପର୍ଯ୍ୟନ୍ତ ହୁଏ। ଏହାର କାଠ ସୁନ୍ଦର ଓ ଶକ୍ତ। ଏହା ଶଗଡ଼ରେ ଲାଗେ।] — [ଦ୍ର—ଏହାର ବକଳା ଈଷତ୍ ହରିତ୍ ଓ ଧଳା ସନ୍ତସନ୍ତିଆ ମାଟିରେ ଏ ଗଛ ବଢ଼େ ଗୋଲେଇ78ଫୁଟ ପର୍ଯ୍ୟନ୍ତ ହୁଏ ଏହାର କାଠ ସୁନ୍ଦର ଓ ଶକ୍ତ ଏହା ଶଗଡ଼ରେ ଲାଗେ]
- ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବିଣ — ତରତରିଆ — Hasty