ଡାଳିମ୍ବ Ḍāḻimba

  • ଦେ. ବି. (ସଂ. ଦାଡ଼ିମ୍ବ, ଦାଳିମ୍ବ, ଦାଡ଼ିମ) — ପ୍ରସିଦ୍ଧ ଅମ୍ଳମଧୁର ରୁଚିକର ବହୁବୀଜ ଫଳ ଓ ବୃକ୍ଷ — Pomegranate (fruit and tree) Punica Granatum
  • ଦେ. ବି. (ସଂ. ଦାଡ଼ିମ୍ବ, ଦାଳିମ୍ବ, ଦାଡ଼ିମ) — [ଦ୍ର—ଏହାର ଗଛ ସରୁ ଓ ବୁଦାଳିଆ ଓ ଫୁଲ ନାଲି। ଏ ଭାରତର ସର୍ବତ୍ର ଦେଖାଯାଏ। ରସୁଆଳ ମାଟିରେ ଏ ଗଛ ଭଲ ରୂପେ ବଢ଼େ ନାହିଁ। ଯେଉଁ ଡାଳିମ୍ବର ମଞ୍ଜି ମଧ୍ୟରେ ଆଦୌ ଟାଣୁଆଁ ଅଂଶ ବା ଦାନା ନ ଥାଏ ତାକୁ 'ବେଦାନା' ବୋଲାଯାଏ ଓ ଯହିଁର ମଞ୍ଜି ମଧ୍ୟରେ ଟାଣୁଆଁ ଦାନା ଥାଏ ତାହାକୁ ଅନାର୍ ବୋଲାଯାଏ। କାବୁଲ ଆଦି ପଶ୍ଚିମାଞ୍ଚଳର ଡାଳିମ୍ବ ବଡ଼ ଓ ସୁମିଷ୍ଟ ଏବଂ ସେହି ଅଞ୍ଚଳରୁ ଏ ଫଳ ଆମ ଦେଶକୁ ଆମଦାନି ହୁଏ। ସୁପକ୍ୱ ଫଳ ନ ପଚି ବହୁ ଦିନ ରହେ। ଡାଳିମ୍ବମଞ୍ଜିଗୁଡ଼ିକ ଦେଖିବାକୁ ସୁନ୍ଦର, ସୁଗଠିତ ଓ ସୁନ୍ଯସ୍ତ ଥିବାରୁ ସୁନ୍ଦର ଦାନ୍ତକୁ କବିମାନେ ଡାଳିମ୍ବ ମଞ୍ଜି ସଙ୍ଗେ ତୁଳନା କରି ଥାଆନ୍ତି।]
  • ଦେ. ବି. (ସଂ. ଦାଡ଼ିମ୍ବ, ଦାଳିମ୍ବ, ଦାଡ଼ିମ) — (ଡାଳିମ୍ବ ଉପରୁ ଚୋପା ଛଡ଼ାଇଲେ ଯେପରି ଦେଖା— ଯାଏ ସେହିପରି ଦେଖା ଯିବାରୁ) ଚାଉଳବଟାକୁ ଘିଅରେ ପୁଆଇ କରାଯିବା ଏକ ପ୍ରକାର ବଡ଼ ଲଡ଼ୁ— (ଏହାର ଆକାର ଆତ ଫଳ ପରି) — A kind of sweatmeat prepared by frying flour paste in ghee (having the appearance of custard apple)
  • ଦେ. ବି. (ସଂ. ଦାଡ଼ିମ୍ବ, ଦାଳିମ୍ବ, ଦାଡ଼ିମ) — ଏକ ଜାତୀୟ କନ୍ଦା ପଥର ଯହିଁରେ ଭିନ୍ନ ଭିନ୍ନ ରଙ୍ଗର ରୁଆ ବା ଟୋପାମାନ ଦେଖାଯାଏ — A kind of stone having coloured spots on it; spotted lime stone
  • ଦେ. ବି. (ସଂ. ଦାଡ଼ିମ୍ବ, ଦାଳିମ୍ବ, ଦାଡ଼ିମ) — [ଦ୍ର—ଏ ପଥର ବୁଟାଣ ହେବାରୁ ଏଥିରେ ଶୀଳ, ଚନ୍ଦନ— ପେଡ଼ି, କୁଣ୍ଡ, ଖଲ ଆଦି ତିଆରି କରାଯାଏ।
  • ଦେ. ବି. (ସଂ. ଦାଡ଼ିମ୍ବ, ଦାଳିମ୍ବ, ଦାଡ଼ିମ) — ଯେଉଁ ପଥରରେ ନାଲି ଟୋପି ଦେଖାଯାଏ ତାକୁ ରଙ୍ଗ ଡାଳିମ୍ବା ବୋଲାଯାଏ। ସେହିପରି କଳା ଡାଳିମ୍ବା ଆଦି ନାମକରଣ ହୁଏ।]
  • ଦେ. ବି. (ସଂ. ଦାଡ଼ିମ୍ବ, ଦାଳିମ୍ବ, ଦାଡ଼ିମ) — ରାମାୟଣ ବର୍ଣ୍ଣିତ ମର୍କଟ ସେନାପତି — Name of a monkey general
  • ଦେ. ବି. (ସଂ. ଦାଡ଼ିମ୍ବ, ଦାଳିମ୍ବ, ଦାଡ଼ିମ) — ବଷ୍ମ ମଧୁରେ କଞ୍ଚନ ଡାଳିମ୍ବ ଉତୁଫୁଲ୍ଲ। ଭଞ୍ଜ. ବୈଦେହୀଶବିଳାସ।