ଠକାଇବା Ṭhakāibā
- ଦେ. କ୍ରି. (ସ୍ଥଗ୍ ଧାତୁ=ଗୋପନ) — ପ୍ରତାରଣା କରିବା; ଭଣ୍ଡିବା — To cheat; to swindle; to deceive; to delude; to practise deception
- ଦେ. କ୍ରି. (ସ୍ଥଗ୍ ଧାତୁ=ଗୋପନ) — କୌଣସି କାର୍ଯ୍ୟକୁ ଉପରଠାଉରିଆ କରି ସମ୍ପନ୍ନ କରିବା — To finish a work any how
- ଦେ. କ୍ରି. (ସ୍ଥଗ୍ ଧାତୁ=ଗୋପନ) — (କୋଲପ ବା ତାଲାକୁ) ବନ୍ଦ ନ କରି ବନ୍ଦ ହେବାଭଳି ଅଟକାଇ ରଖିଦେବା — To leave a padlock unlocked but a position appearing to an onlookers as if it were locked
- ଦେ. କ୍ରି. (ସ୍ଥଗ୍ ଧାତୁ=ଗୋପନ) — (କୌଣସି ବ୍ଯକ୍ତିକୁ) କୌଣସି ସ୍ଥାନରେ ବା ଚାକିରିରେ ଅସ୍ଥାୟୀଭାବରେ (ଅର୍ଥାତ୍ ଆପାତତଃ କିଛିଦିନ ପାଇଁ) ରଖାଇବା — To place man temporarily in a post for the present