ଝିଣ୍ଟୀ Jhiṇṭī

  • ସଂ. (ଝିମ୍=ଅନୁକରଣ ଶବ୍ଦ+ରଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ ଅ=ସ୍ତ୍ରୀ. ଈ; ନିପାତନ) — ବାସକାଦି ବର୍ଗୀୟ ବନ୍ୟ ପୁଷ୍ପ— କ୍ଷୁପବିଶେଷ — A kind of shrub growing wild; Barlaria
  • ସଂ. (ଝିମ୍=ଅନୁକରଣ ଶବ୍ଦ+ରଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ ଅ=ସ୍ତ୍ରୀ. ଈ; ନିପାତନ) — [ଦ୍ର—ଏହା ଅନେକ ପ୍ରକାରର।]
  • ସଂ. (ଝିମ୍=ଅନୁକରଣ ଶବ୍ଦ+ରଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ ଅ=ସ୍ତ୍ରୀ. ଈ; ନିପାତନ) — କଣ୍ଟା ଝିଣ୍ଟି ବା ଦାସକେରଣ୍ଟା; ଏ ଗଛର କାଣ୍ଡରେ କଣ୍ଟା ଥାଏ; ଫୁଲ ହଳଦିଆ ସଂ. କୁରୁଣ୍ଟକ, କିଙ୍କିରାତି — Barlaria Prionites
  • ସଂ. (ଝିମ୍=ଅନୁକରଣ ଶବ୍ଦ+ରଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ ଅ=ସ୍ତ୍ରୀ. ଈ; ନିପାତନ) — ସାଦାଝିଣ୍ଟି; ଗଛରେ କଣ୍ଟା ନାହିଁ ଫଳ ଦୀର୍ଘ ଓ ଫୁଲ ଧଳା; ସଂ. ସୈରେୟା, ସୈରେୟକ, କଟସାରିକା, ସହଚର, ସହାଚର, ଝିଣ୍ଟି
  • ସଂ. (ଝିମ୍=ଅନୁକରଣ ଶବ୍ଦ+ରଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ ଅ=ସ୍ତ୍ରୀ. ଈ; ନିପାତନ) — ନେଳି ଝିଣ୍ଟି; ଫୁଲ ନେଳିଆ ସଂ. ବାଣା ଦାସୀ; ଆର୍ତ୍ତଗଳ
  • ସଂ. (ଝିମ୍=ଅନୁକରଣ ଶବ୍ଦ+ରଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ ଅ=ସ୍ତ୍ରୀ. ଈ; ନିପାତନ) — ନାଲି ଝିଣ୍ଟି ଅଅଁଳେଇ ଫୁଲ; ଫୁଲ ଆରକ୍ତ ସଂ. କୁରୁତକ — 2, 3 & . Barlaria Cristata of different varieties; Dichotoma
  • ସଂ. (ଝିମ୍=ଅନୁକରଣ ଶବ୍ଦ+ରଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ ଅ=ସ୍ତ୍ରୀ. ଈ; ନିପାତନ) — [ବୈଦ୍ୟଶାସ୍ତ୍ର ଅନୁସାରେ ଝିଣ୍ଟୀ କୁଷ୍ଠ, ବାୟୁ, ରକ୍ତ— ଦୋଷ, କଫ, କଣ୍ଡୁ ଓ ବିଷ ହରଣ କରେ; ଏହା ତିକ୍ତ ମଧୁର ରସ, ଉଷ୍ଣବୀର୍ଯ୍ୟ, ଈଷତ୍ ଅମ୍ଳ ଓ କେଶରଞ୍ଜକ; ଏହା ସେବନ କଲେ କୁଷ୍ଠ, ବାତ, ବ୍ରଣ, ଚର୍ମବିକାର, ଶ୍ୱାସ, କାସ, ଜ୍ୱର, ଶୋଥ, ଅଗ୍ନିମାନ୍ଦ୍ୟ, ବାତରକ୍ତ, ରକ୍ତଦୋଷ, କଫ, କଣ୍ଡୂ, ଶୂଳ, ଓ ଦାରୁଣ ବିଷ— ବିକାର ନଷ୍ଟ ହୁଏ, କାନ୍ତି ବୃଦ୍ଧି ହୁଏ, ବଳିପଳିତ ନିବାରିତ ହୁଏ, ଦନ୍ତ ଓ କେଶର ଉପକାର ହୁଏ—ବ୍ରଜବନ୍ଧୁ, ଦ୍ରବ୍ଯଗୁଣ କଳ୍ପଦ୍ରୁମ।]