ଜୁଲାପ୍ Julāp

  • ବୈଦେ. ବି (ଆ.ଜୁଲ୍ଲାବ୍; ଫା. ଜୁଲାବ୍; ପର୍ତ୍ତୁ. ଜଲାପା) — ଭେଦୀ; ମଳଭେଦକ ଔଷଧ; ବିରେଚକ ଔଷଧ; ଯେଉଁ ଔଷଧ ଖାଇଲେ ଝାଡ଼ା ହୁଏ — Purgative; a purge; a cathartic
  • ବୈଦେ. ବି (ଆ.ଜୁଲ୍ଲାବ୍; ଫା. ଜୁଲାବ୍; ପର୍ତ୍ତୁ. ଜଲାପା) — [ଦ୍ର—ଫା. ଜୁଲାବ୍=ଗୋଲାପପାଣି; ଏହା ସାରକ ବା ମଳ ଭେଦକ ବୋଲି ଏହି ଅର୍ଥରେ ବ୍ଯବହୃତ। ଏଥିର ଅପଭ୍ରଂଶରେ ଆରବୀ ଓ ଉର୍ଦ୍ଦୁରେ ଜୁଲାବ୍ ଓ ଜଲ୍ଲାବ୍ ବ୍ଯବହୃତ ହୁଏ। ତୁଳ ପର୍ତ୍ତୁଗୀଜ୍ ଜଲାପା — (Jalapa=ଆମେରିକାର ଜଲାପା ନାମକ ଗଛର ମୂଳଜାତ ମଳଭେଦର ଔଷଧ]
  • ବୈଦେ. ବି (ଆ.ଜୁଲ୍ଲାବ୍; ଫା. ଜୁଲାବ୍; ପର୍ତ୍ତୁ. ଜଲାପା) — କଳମ୍ବୀ ଆଦି ବର୍ଗର ଲତାବିଶେଷ — Ipomoea Purga; Jalap
  • ବୈଦେ. ବି (ଆ.ଜୁଲ୍ଲାବ୍; ଫା. ଜୁଲାବ୍; ପର୍ତ୍ତୁ. ଜଲାପା) — [ଦ୍ର—ଏହାର ଆଦ୍ୟ ବାସ ଦକ୍ଷିଣ ଆମେରିକାର ମେକ୍ସିକୋ ଦେଶ; ଏହା ଏ ଦେଶକୁ ଅଣା ହୋଇ ନୀଳଗିରି ଓ ମସୁରୀ ପାହାଡ଼ରେ ଚାଷ ହେଉଅଛି। ଏହାର ମୂଳ ଜଲାପ — (Jalap)ନାମରେ ଖ୍ୟାତ ଓ ଚିରେଚକ ଆମ ଦେଶୀ ଜୁଲାପ ଗଛକୁ ତିହୁଡ଼ୀ କହନ୍ତି]