ଜୁଆଙ୍ଗ Juāṅga

  • ଦେ. ବି — ପତ୍ରଶଉରା; ପାତୁଆ; ଓଡ଼ିଶାର ଆଦିମ ଅଧିବାସୀବିଶେଷ; ଓଡ଼ିଶା ଗଡ଼ଜାତର ପାର୍ବତ୍ୟ ଜାତିବିଶେଷ — A wild tribe inhabiting the forests of the Orissa States
  • ଦେ. ବି — [ଦ୍ର—ପିଆରିମୋହନଙ୍କ ଓଡ଼ିଶାର ଇତିହାସରେ ଓଡ଼ିଶାର ଆଦିମ ଅଧିବାସୀମାନଙ୍କୁ 3 ଶ୍ରେଣୀରେ ବିଭକ୍ତ କରାଯାଇ ଅଛି। — [ଦ୍ର—ପିଆରିମୋହନଙ୍କ ଓଡ଼ିଶାର ଇତିହାସରେ ଓଡ଼ିଶାର ଆଦିମ ଅଧିବାସୀମାନଙ୍କୁ3ଶ୍ରେଣୀରେ ବିଭକ୍ତ କରାଯାଇ ଅଛି
  • ଦେ. ବି — — 1—ଯେଉଁମାନେ ଭାରତର ଉତ୍ତରପୂର୍ବ କୋଣ ବାଟେ ଭାରକୁ ଆସିଥିଲେ, ଯଥା—କୋଲ ବା କୋହ୍ଲ, ମୁଣ୍ଡା କୋଲ, ଖାରିଆ, ପୁରାଣ, ଭୂମିଜ ବା ଭୂୟାଁ ଓ ସାନ୍ତାଳ ପ୍ରଭୃତି
  • ଦେ. ବି — ଯେଉଁମାନେ ଭାରତର ଉତ୍ତରପଶ୍ଚିମ କୋଣ ବାଟେ ଆସିଥିଲେ, ଯଥା—କନ୍ଦ, ଗଣ୍ଡ, ଝୋରାଗଣ୍ଡ, ଧାରୁଆଗଣ୍ଡ, ଘାସିୟା, ଜୁଆଙ୍ଗ, ତାଲା ବା ତଅଁଳା, ପାତୁଆ, ପତରଶଉରା, ମାଳଶଅର, ସଉରୀ ଓ ସାଁତ ପ୍ରଭୃତି।
  • ଦେ. ବି — କଣ୍ଡରା, କଦଳ, ଖଇରା, ଘୁଷୁରିଆ, ଚମାର, ଡମ, ପାଣ, ବାଉରି, ବାଖୁଡ଼ି, ଶିଆଳ, ଭୁୟାଁ ଓ ହାଡ଼ି ବା ମେହେନ୍ତର। — 3—ଯେଉଁମାନେ ହିନ୍ଦୁ ସମାଜର ଅସ୍ପୃଶ୍ୟ ଓ ସେବକ ରୂପେ ହିନ୍ଦୁମାନଙ୍କ ଆଶ୍ରୟ ଧରି ରହିଲେ
  • ଦେ. ବି — ଜୁଆଙ୍ଗମାନଙ୍କ ମଧ୍ୟରେ ଅବଧି ସ୍ତ୍ରୀମାନେ କେବଳ ପତ୍ର ପିନ୍ଧି ଲଜ୍ଜା ନିବାରଣ କରିବା ପ୍ରଥା ଢେଙ୍କାନାଳ, କେନ୍ଦୁଝର ଓ ହିନ୍ଦୋଳରେ ଦେଖାଯାଏ।]
  • ଦେ. ବି — ମୁଣ୍ଡା ଜାତି ବା ଜୁଆଙ୍ଗ ଜାତିର ଭାଷା — Languages of the Juāṅgas or Muṇḍās