ଛାଣିବା Chhāṇibā
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — ଛାଙ୍କିବା; ବସ୍ତ୍ରଦ୍ୱାରା ତରଳ ପଦାର୍ଥ ବା ଚୂର୍ଣ୍ଣକୁ ଛାଙ୍କିବା — To strain a liquid or powder; to filter
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — ମିଶିଗଲାଣି କ୍ଷୀରଭାଣ୍ଡରେ ଯେବେ କ୍ଷାର ଛାଣି କେ ସ୍ୱାଦୁ ବାରି ପାରିବ ଗୋ—କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — ତରଳ ପଦାର୍ଥରେ ମିଶିଥିବା କଠିନ ପଦାର୍ଥକୁ ବସ୍ତ୍ର ବା ଚୂର୍ଣ୍ଣରେ ମିଶିଥିବା ଗୋଡ଼ିଗୋଡ଼ିଆ ଅଂଶକୁ ହାତଦ୍ୱାରା ଛାଙ୍କିବା — To sift the soild part from a liquid or the hard particles from a powder
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — ଜଳ ମଧ୍ୟରେ ଥିବା ମାଛ ଆଦିକୁ ଲୁଗା ବା ଜାଲଦ୍ୱାରା ଛାଙ୍କି କରି ଆଣିବା — To bring out fishes etc from water by netting
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — (ଯଥା—ପୋଖରୀରୁ ଜାଲରେ ବା ଖିଅରେ ମାଛ ଛାଣିବା।)
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — (ଲକ୍ଷଣାର୍ଥ) ନିଃଶେଷ କରିବା — (figurative) To exhaust
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — ମାର ରଖିଛି ଶର ଶାଣି, ତାର ତ ଚରିତ ଅଛୁ ଜାଣି, ସାରକୁ ଘେନିଯିବ ଛାଣି—କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — (ଲକ୍ଷଣାର୍ଥ) ସାରାଂଶ ବାଛି ନେବା — (figurative) To draw out the essential thing from a mass; to extract the essence
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — ରସଜଳଧିରେ ଅବଗାହି ଧୀରେ ତହୁଁ ତ ସାର ନ ଛାଣୁଁ— କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — (ଲକ୍ଷଣାର୍ଥ) ଧନ ଆଦି ବହୁ ପରିମାଣରେ ଅର୍ଜନ କରିବା — (figurative) To earn or get copiously
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — (ଯଥା—ଓକିଲାତି କରି ଅମୁକ ବାବୁ ଖୁବ୍ ଟଙ୍କା ଛାଣୁଛନ୍ତି।)
- ଦେ. କ୍ରି. (ସଂ. ଚାଳନ; ସଂ. ଶାତନ. ଜ୍ଞାନେନ୍ଦ୍ର) — [ଦ୍ର—ଏହି କ୍ରିୟାର ଅସମାପିକାରୂପେ ସଙ୍ଗେ ଆଣିବା, ଦେବା, ନେବା, ପକାଇବା କ୍ରିୟାର ସମାପିକାରୂପ ଯୁକ୍ତ ହୋଇ ମଧ୍ୟ ବ୍ଯବହୃତ ହୁଏ।]