ଛଚିନା Chhachinā
- ଦେ. ବି — (ସଂ. ସପ୍ତବର୍ଣ୍ଣ)—ଛତିଆନା ଗଛ; ତଗରାଦି ବର୍ଗର କ୍ଷୀରୀ ବୃହତ୍ ତରୁବିଶେଷ — A wild tree; Alstonia Schoearis; Schetes
- ଦେ. ବି — [ଦ୍ର—ଏହାର ଗଣ୍ଠିକି ଗଣ୍ଠି 7।8 ବା 9 ଶାଖା ବାହାରିଥାଏ ବୋଲି ଏହି ନାମ। ଏ ଗଛର ପତ୍ର ଶିମିଳି ଗଛର ପତ୍ର ପରି। ଫୁଲ ଈଷତ୍ ହଳଦିଆ। ଶରତ୍କାଳରେ ଏ ଗଛରେ ଫୁଲ ଧରେ; ଫୁଲରେ ହସ୍ତି— ମଦର ଗନ୍ଧ ଥାଏ। ଏହା କଷାୟ ତିକ୍ତରସ, ଊଷ୍ଣବୀର୍ଯ୍ୟ, ସ୍ନିଗ୍ଧ, ସାରକ, ଅଗ୍ନିବର୍ଦ୍ଧକ, ତ୍ରିଦୋଷନାଶକ ଏବଂ ବ୍ରଣ, ରକ୍ତ, କୃମି, — [ଦ୍ର—ଏହାର ଗଣ୍ଠିକି ଗଣ୍ଠି78ବା9ଶାଖା ବାହାରିଥାଏ ବୋଲି ଏହି ନାମ ଏ ଗଛର ପତ୍ର ଶିମିଳି ଗଛର ପତ୍ର ପରି ଫୁଲ ଈଷତ୍ ହଳଦିଆ ଶରତ୍କାଳରେ ଏ ଗଛରେ ଫୁଲ ଧରେ; ଫୁଲରେ ହସ୍ତି— ମଦର ଗନ୍ଧ ଥାଏ ଏହା କଷାୟ ତିକ୍ତରସ, ଊଷ୍ଣବୀର୍ଯ୍ୟ, ସ୍ନିଗ୍ଧ, ସାରକ, ଅଗ୍ନିବର୍ଦ୍ଧକ, ତ୍ରିଦୋଷନାଶକ ଏବଂ ବ୍ରଣ, ରକ୍ତ, କୃମି,
- ଦେ. ବି — ଶ୍ୱାସ ଓ ଗୁଳ୍ମରୋଗରେ ଉପକାରୀ, ରସାୟନ, ବଳକାରକ। ଏହାର ଛାଲିର ଅର୍କ କ୍ୱିନାଇନ୍ ତୁଲ୍ୟ ଜ୍ୱରନାଶକ, ଛତିଆନା ଗଛର କ୍ଷୀର ଲେପନ କଲେ ଦୁଷ୍ଟ ବ୍ରଣ ଶାନ୍ତ ହୁଏ।]
- ଦେ. ବି — (ସଂ. ଷଟ୍ ଓ ଚିହ୍ନକ) 6 ଚିନା ପରିମିତ ଓଜନ — (ସଂ. ଷଟ୍ ଓ ଚିହ୍ନକ)6ଚିନା ପରିମିତ ଓଜନ— . Weight of 6 chinās or less than a grain
- ଦେ. ବି — ଛଚିନ୍ଦା — Chhachindā (See)
- ପ୍ରାଦେ. (ଗଡ଼ଜାତ) ବି — ଏକପ୍ରକାର ବଡ଼ ଝଙ୍କା ଗଛ — A kind of tree
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହାର ଛୁଇଁ ଲମ୍ବ, ସରୁ ଓ ଏକହାତ ବା ତହିଁରୁ ଅଧିକ ଲମ୍ବ।]