ଚୁମ୍ବନ Chumbana

  • ସଂ. ବି (ଚୁମ୍ବ ଧାତୁ+ଭାବ. ଅନ) — ସ୍ନେହ ଓ ଆଦରରେ ଅନ୍ୟର ମୁଖଆଦି ସ୍ଥାନରେ ଓଷ୍ଠସ୍ପର୍ଶନ — Kissing; a kiss
  • ସଂ. ବି (ଚୁମ୍ବ ଧାତୁ+ଭାବ. ଅନ) — କେତେ ରୂପେ ଚୁମ୍ବନ, କେତେ ସ୍ଥାନେ ପ୍ରଦାନ। ଦୀନକୃଷ୍ଣ, ରସକଲ୍ଲୋଳ।
  • ସଂ. ବି (ଚୁମ୍ବ ଧାତୁ+ଭାବ. ଅନ) — [ଦ୍ର—ଚୁମ୍ବନ ଦେହର ନାନା ସ୍ଥାନରେ, ପ୍ରଧାନତଃ—ଲଲାଟ, ଅଳକ, କପୋଳ, ନୟନ, ବକ୍ଷ, ସ୍ତନ, ଓଷ୍ଠ ଓ ମୁଖରେ ଦିଆଯାଏ। ସ୍ଥାନଭେଦରେ ଗୂଢ଼କ, ଉଚ୍ଛୂନକ, ପ୍ରବାଳମଣି, ଖଣ୍ଡାଭ୍ରଜ, କୋଳଚର୍ବିତ ଇତ୍ୟାଦି ଚୁମ୍ବନର ଅନେକ ନାମକରଣ ହୁଏ।]
  • ସଂ. ବି (ଚୁମ୍ବ ଧାତୁ+ଭାବ. ଅନ) — ସ୍ପର୍ଶ; ବାଜିବା — Touch
  • ସଂ. ବି (ଚୁମ୍ବ ଧାତୁ+ଭାବ. ଅନ) — କୋପଭରେ ହନୁମନ୍ତ ମାଇଲା ପଥରେ, ଚୁମ୍ବନ ସେ ଦେଲା ଯାଇଁ ତାହାର ମୁଖରେ। ବିଶ୍ୱନାଥ, ବିଚିତ୍ରରାମାୟଣ।