ଚଲାଇବା Chalāibā
- ଦେ. କ୍ରି — ଚାଲିବାର ଣିଜନ୍ତ ରୂପ — Causative form of chālibā
- ଦେ. କ୍ରି — କୌଣସି ବ୍ଯକ୍ତି ପାଦଚରଣଦ୍ୱାରା ଗତି କରିବାର ଘଟନା କରିବା — To cause a person to walk
- ଦେ. କ୍ରି — (ଯଥା—ବାପା ଖଣ୍ଡେ ଗାଡ଼ି ଭଡ଼ା ନ କରି 5 ବର୍ଷର ପିଲାଟାକୁ ତିନିକୋଶ ବାଟ ଚଲାଇଲେ।) — (ଯଥା—ବାପା ଖଣ୍ଡେ ଗାଡ଼ି ଭଡ଼ା ନ କରି5ବର୍ଷର ପିଲାଟାକୁ ତିନିକୋଶ ବାଟ ଚଲାଇଲେ)
- ଦେ. କ୍ରି — ଚାଲୁଣୀଦ୍ୱାରା କୌଣସି ବସ୍ତୁରୁ ସୂକ୍ଷ୍ମାଂଶ ବା ଚୋପା ବାହାର କରିବା — Sift with a sieve
- ଦେ. କ୍ରି — ପ୍ରଚାରିତ କରିବା; ଜାରୀ କରିବା — To promulgate
- ଦେ. କ୍ରି — (ଯଥା—ମେନେଜର ବାବୁ ଚଉକିରେ ବସି ତୁଚ୍ଛା ହୁକୁମ ଚଳାଉ ଅଛନ୍ତି।)
- ଦେ. କ୍ରି — ଅଙ୍ଗରେ ଅସ୍ତ୍ରାଦି ପ୍ରୟୋଗ କରିବା — To apply a knife or other instrument to the body
- ଦେ. କ୍ରି — (ଯଥା—ଡାକ୍ତର ବ୍ରଣରେ ଛୁରୀ ଚଳାଇଲେ; ସେ ନିଜ ତଣ୍ଟିରେ ଖୁର ଚଳାଇଦେଲା।)
- ଦେ. କ୍ରି — ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ରାଦିଦ୍ୱାରା ଅଭିପ୍ରେତ କର୍ମ କରିବା — To wield a weapon or instrument
- ଦେ. କ୍ରି — (ଯଥା—ବନ୍ଧୁକ ଚଲାଇବା, ଖଣ୍ଡା ଚଲାଇବା, ଠେଙ୍ଗା ଚଲାଇବା)।
- ଦେ. କ୍ରି — ତନଖିବା; ସୁପରିଚାଳିତ କରିବା — To manage
- ଦେ. କ୍ରି — (ଯଥା—ସ୍କୁଲ ଚଲାଇବା; ଜମିଦାରୀ ଚଲାଇବା।)