ଚପ୍କନ୍ Chapkan
- ଦେ. ବି. — (ସଂ. ଚାପ ଶବ୍ଦ ଜାତ ଉର୍ଦ୍ଦୁ ଚିପକନା (=ଓଡ଼ିଆ ଚିପିବା) କ୍ରିୟାରୁ ଉତ୍ପନ୍ନ; ଯାହା ଦେହକୁ ଚାରି ଆଡ଼ୁ ଚିପି ଧରେ)—ଆଜାନୁଲମ୍ବିତ ଚୁସ୍ତ କୁର୍ତ୍ତା — A long Indian coat reaching to the knees chapkan
- ଦେ. ବି. — ପୋଷାକ କନ୍ଖାପ୍ ଢିଲା ପାଜମା ସାଟିନ୍ ଚପ୍କନ୍। ଫକୀରମୋହନ, ଛମାଣଆଠଗୁଣ୍ଠ।
- ଦେ. ବି. — [ଦ୍ର—ଇଂରାଜୀରେ ଏହି ଶବ୍ଦ ଏହି ଆକାରରେ ବ୍ଯବହୃତ ହୋଲାଣି; ଏ ପୋଷାକ ମୁସଲମାନମାନଙ୍କ ଅମଳରେ ଓ ଇଂରାଜି ଅମଳରେ ଭାରତୀୟ ବ୍ଯକ୍ତିମାନଙ୍କ ଦରବାରୀ ପୋଷାକ ଅଟେ। ଏହା ଉପରେ ଯେଉଁ ଖୋଲା କୁର୍ତ୍ତା ପିନ୍ଧା ଯାଏ ତାକୁ ଚୋଗା କହନ୍ତି।]