ଚଟା
- ଦେ. ବି. — (ସଂ. ଚକ୍ଷଣ) ଚାଟିବା କର୍ମ — Act of licking
- ଦେ. ବି. — କୁମ୍ଭାରମାନେ ବାମହାତରେ ହାଣ୍ଡିକୁ ଧରି ଡାହାଣ ହାତରେ କଞ୍ଚା ହାଣ୍ଡିଆଦିର ପିଠିକୁ ଯେଉଁ ଚଟକା କାଠର କୋବା ଦ୍ୱାରା ଚାପଡ଼ାନ୍ତି — A flat piece of wood which the potters pat over a newly made unbaked earthen pot
- ଦେ. ବି. — [ଦ୍ର—ହାଣ୍ଡିର ତଳପାଖରେ ବାଆଁ ହାତଦ୍ୱାରା 'ବିଣ୍ଡି' ଧରିଥାନ୍ତି ଓ ବିଣ୍ଡି ଲାଗିଥିବା ସ୍ଥାନର ଉପରପାଖକୁ ଚଟାଦ୍ୱାରା ଚାପଡ଼ାନ୍ତି।]
- ଦେ. ବିଣ — ଯେ ଚାଟେ — Licking
- ଦେ. ବିଣ — (ଗାଳି) ଅଇଣ୍ଠାଖିଆ — (a term of abuse) Licking the food left by another
- ପ୍ରାଦେ. (କଟକ) ବି. — (କୋଡ଼ିକାଙ୍କଆଦିରେ) ଥରେ ହାଣିବା — One stroke with the spade
- ପ୍ରାଦେ. (କଟକ) ବି. — (ଯଥା—ସେ ହିଡ଼ରେ କୋଡ଼ିରେ ଚଟାଏ ମାଇଲା।)
- ପ୍ରାଦେ. (କଟକ) ବିଣ — କୋଡ଼ିକାଙ୍କଆଦି ଥରେ ହାଣିଲେ ଯେଉଁ ମାଟି ସମ୍ଭାଳି ଯିବ — (earth) Which will withstand one stroke of a spade
- ପ୍ରାଦେ. (କଟକ) ବିଣ — (ଯଥା—ଏ ଘଳିଆରେ ଚଟାମାଟି ପକାଅ।)
- ପ୍ରାଦେ. (ମେଦିନୀପୁର; ତୁଳ. ବଂ. ଚଟା) ବି. — ରାଗ, କ୍ରୋଧ — Anger; rage
- ପ୍ରାଦେ. (ମେଦିନୀପୁର; ତୁଳ. ବଂ. ଚଟା) ବି. — ରାଗିବା — Being angry
- ପ୍ରାଦେ. (ସମ୍ବଲପୁର) ବି — ଚଡ଼ୁ (ଦେଖ) — Chaṟḍ̠u (See)