ଘୁମାଇବା Ghumāibā
- ଦେ. କ୍ରି — ଢୁଳାଇବା — To doze; to be drowsy
- ଦେ. କ୍ରି — ଘୁମାଇବାର ସମ୍ଭବିଲା ନାହିଁ କି ଆମ୍ଭ, ସୁଯୋଗୁ ସିନା ବଞ୍ଚିଅଇଲୁରେ—କବିସୂର୍ଯ୍ୟ. କିଶୋରୀଚମ୍ପୂ।
- ଦେ. କ୍ରି — ନିଦ୍ରାଯିବା; ଶୋଇବା — To sleep
- ଦେ. କ୍ରି — ଯେଉଁ ପାଣିଦେଲେ ପିଇବାକ୍ଷଣି ମୁହିଁ ଘଡ଼ିଏ ଯାଏ ସୁଖେ ରହିଲି ଘୁମାଇ—କୃଷ୍ଣସିଂହ ମହାଭାରତ. ବନ।
- ଦେ. କ୍ରି — (ଆଖି) ବୁଜିବା; ବନ୍ଦ କରିବା — To shut
- ଦେ. କ୍ରି — କର୍ଣ୍ଣ ସେ ଘାଏ ଅତି ଅଶକତ ହୋଇ ନୟନ ଦୁଇ ଥରେ ଦେଲେ ସେ ଘୁମାଇ—କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି — ଘୁମିବା କ୍ରିୟାର ଣିଜନ୍ତ ରୂପ; ଘୂର୍ଣ୍ଣିତ କରିବା — Causative of Ghumibā to cause to roll or whirl