ଗଣ୍ଡକୀ Gaṇḍakī

  • ସଂ. ବି. ସ୍ତ୍ରୀ. (ଗଣ୍ଡକ+ ସ୍ତ୍ରୀ. ଈ) — ସୁନାମଖ୍ୟାତ ଗଙ୍ଗାର ଉପନଦୀବିଶେଷ — A tributary of the river Ganges
  • ସଂ. ବି. ସ୍ତ୍ରୀ. (ଗଣ୍ଡକ+ ସ୍ତ୍ରୀ. ଈ) — [ଦ୍ର—ଏ ନଦୀ ଶାଳଗ୍ରାମ ଦେଶ ମଧ୍ୟଦେଇ ପ୍ରବାହିତ ହେଉ ଥିବାରୁ ଏ ନଦୀ ଗର୍ଭରେ ମିଳୁଥିବା କ୍ଷୁଦ୍ର ଶିଳା ଖଣ୍ଡମାନଙ୍କ ଶାଳଗ୍ରାମଶିଳା ବୋଲାଯାଏ। ନେପାଳ ରାଜ୍ୟରେ ମୁକ୍ତିନାଥ ଉପରେ ଏ ନଦୀର ଉତ୍ପତ୍ତି ସ୍ଥଳ। ପାଟନାର ଅପର ପାରରେ ଏ ନଦୀ ଗଙ୍ଗା ନଦୀ ସଙ୍ଗେ ମିଳିତ ହୋଇଅଛି।]
  • ସଂ. ବି. ସ୍ତ୍ରୀ. (ଗଣ୍ଡକ+ ସ୍ତ୍ରୀ. ଈ) — ମାଈ ଗଣ୍ଡା ଜନ୍ତୁ — A female rhinoceros