ଗଜ୍ଗଜ୍ Gaj-gaj
- ଦେ. ଅ. (ଧ୍ୱନ୍ୟନୁକରଣ) — (ନର୍ଦ୍ଦମା ବା ନାଳିର ମଇଳା— ପାଣି ମଧ୍ୟରେ ବହୁ ସଂଖ୍ୟକ ଲାଙ୍ଗୁଡ଼ା ପୋକ ଉପୁଜିବା ଭଳି) କୌଣସି ପଦାର୍ଥ ଅଧିକ ସଂଖ୍ୟାରେ ଦେଖାଯିବା — To appear on the surface (of a drain or gutter) in myriads (like maggots)
- ଦେ. ଅ. (ଧ୍ୱନ୍ୟନୁକରଣ) — ଅପରିମିତ ବା ଅସଂଖ୍ୟ ହେବା — To become innumerable; to abound
- ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ତାଙ୍କ ପାଖରେ ଟଙ୍କା ଗଜ୍ଗଜ୍ ହେଉଛି।)
- ଦେ. ଅ. (ଧ୍ୱନ୍ୟନୁକରଣ) — ତରଳ ପଦାର୍ଥର କୋମଳ ପତନଶବ୍ଦ — Soft sound of a liquid falling down
- ଦେ. ଅ. (ଧ୍ୱନ୍ୟନୁକରଣ) — ଅଜୀର୍ଣ୍ଣ ଦୋଷରେ (ପେଟ) ଶବ୍ଦ କରିବା — To rumble (as undigested) food in the stomach
- ଦେ. ଅ. (ଧ୍ୱନ୍ୟନୁକରଣ) — ଉତୁରି ପଡ଼ିବା; ପୂର୍ଣ୍ଣ ହେବା — To be full to the brim