ଗଛିବା Gachhibā

  • ଦେ. କ୍ରି. (ସଂ. ଗୁଚ୍ଛ) — ଲକ୍ଷ୍ୟ ଦେବା — To allude to
  • ଦେ. କ୍ରି. (ସଂ. ଗୁଚ୍ଛ) — ନାସ୍ତିରେ ତୋର ଆସ୍ତି ଅଛି ଆସ୍ତିକି ତୋର ତୁଲେ ଗଛି—ଭୂପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି. (ସଂ. ଗୁଚ୍ଛ) — ଅର୍ପଣ କରିବା — To entrust
  • ଦେ. କ୍ରି. (ସଂ. ଗୁଚ୍ଛ) — ଯୋଗ୍ୟ ହେବା; ଯୋଗାଇବା — To be fit; to suit
  • ଦେ. କ୍ରି. (ସଂ. ଗୁଚ୍ଛ) — ନୃପଙ୍କ ଭୂତିଟି ତହିଁ କି ନ ଗଛଇ—କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. କ୍ରି. (ସଂ. ଗୁଚ୍ଛ) — ଉପମା ଦେବା; ତୁଳନା କରିବା — To compare
  • ଦେ. କ୍ରି. (ସଂ. ଗୁଚ୍ଛ) — ମିଳାଇବା; ତୁଲ୍ୟ କରିବା — To cause to fit in; to equalise
  • ଦେ. କ୍ରି. (ସଂ. ଗୁଚ୍ଛ) — କୌଣସି ଅଳଙ୍କାରକୁ ଦେହରେ କଣ୍ଟିବା — To measure and test an ornament if it fits the body
  • ଦେ. କ୍ରି. (ସଂ. ଗୁଚ୍ଛ) — ସମାନ ହେବା; ତୁଲ୍ୟ ହେବା — To be equal to; to fit into
  • ଦେ. କ୍ରି. (ସଂ. ଗୁଚ୍ଛ) — ବୁଦ୍ଧିମନ୍ତ ପଣେ ତୁମ୍ଭଙ୍କୁ ତୁମ୍ଭେ ଗଛ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. (ସଂ. ଗୁଚ୍ଛ) — ପ୍ରାପ୍ତହେବା — To get; to attain
  • ଦେ. କ୍ରି. (ସଂ. ଗୁଚ୍ଛ) — ଖଟିବା; ଉପଯୁକ୍ତ ହେବା — To be fitting; to be applicable