ଖୁଦଯାଉ Khudaj̄āu

  • ଦେ. ବି — ସିଦ୍ଧ ଖୁଦରେ ପ୍ରସ୍ତୁତ ହୋଇଥିବା ଯାଉ — Gruel made of fragments of rice
  • ଦେ. ବି — ଆଜି ଖୁଦଯାଉ କାଲି ଗଇଁଠା, ପଅରଦିନକୁ ଦାରୀ ଅଇଁଠା—ଢଗ।
  • ଦେ. ବି — [ଦ୍ର—ସାଧାରଣତଃ ଦେଖାଯାଏ ଯେ ଖୁଦକୁ ରାନ୍ଧିବାରେ ତାହା ଭାତଭଳି ଗୋଟି ଗୋଟି ନ ରହି ମେଞ୍ଚାମେଞ୍ଚା ଓ ଯାଉଯାଉଆ ହୋଇଯାଏ।]