ଖୁଞ୍ଚ Khun̄cha

  • ଦେ. ବି (ସଂ. କୁଚିକା) — ଛୋଟ ଖିଲ; କୀଳକ; ମେଖ — Peg
  • ଦେ. ବି (ସଂ. କୁଚିକା) — ଉଲୁରି ଯାଇଥିବା ଚାଳର ଅଂଶରେ ଗୁଞ୍ଜାଯିବା ନଡ଼ା ବା କୁଟା; ଖୁଞ୍ଚା — Straw put in an opening made in a thatch
  • ଦେ. ବି (ସଂ. କୁଚିକା) — ନିର୍ଦ୍ଦିଷ୍ଟ ମାପ ଅନୁସାରେ ବଢ଼େଇ ବା କରତୀମାନେ କାଠ ଆଦିରେ ଚିହ୍ନ ଦେବା ସକାଶେ ବ୍ଯବହାର କରିବା କାଠି — A small twig cut according to given length used by carpenters and sawyers to mark out a log to be sawn or scraped into given spaces
  • ଦେ. ବି (ସଂ. କୁଚିକା) — ଚିରାହେବା କାଠକୁ ଦାଗିବା ନିମନ୍ତେ କରତୀ ଓ ବଢ଼େଇମାନେ ବ୍ଯବହାର କରିବା କଳା ଓ ଧଳା ରଙ୍ଗ ବୋଳା ହୋଇଥିବା ସୂତା — A line or thread (besmeared with chalk or black) used by sawyers and carpenters to mark a log of wood to be sawn