କ୍ଷୀରୀ Kshīrī

  • ସଂ. ବିଣ.—(କ୍ଷୀର+ଇନ; 1 ମା. 1 ବ.) — ଦୁଧ ଭଳି କ୍ଷୀର ଯୁକ୍ତ (ଗଛ) — (tree) Exuding milky juice
  • ସଂ. ବିଣ.—(କ୍ଷୀର+ଇନ; 1 ମା. 1 ବ.) — ଦୁଧ ପରି ଧଳା — Milk-white; milky
  • ସଂ. ବି — ଏକଜାତୀୟ ଗୁଳ୍ମ (ଏହା ସିଝୁଜାତୀୟ ବର୍ଷାୟୁ ଅକର୍ମଣ୍ୟ ଶାକବିଶେଷ; ଘାସ ମଧ୍ୟରେ ଜନ୍ମେ; ଗଛ ସିଧା; ଡେମ୍ଫ ଓ ପତ୍ର ଭାଙ୍ଗିଲେ ଦୁଧ ପରି ଖିର ବାହରେ; ଏହାର ପତ୍ର ଖର—ଲୋମଶ; ତେଣୁ ଦେହରେ ଲାଗିଲେ ଗଲୁ କରେ। ପତ୍ରରେ ସ୍ପଷ୍ଟରୂପେ ଶିରାମାନ ଦେଖାଯାଏ; ଏହା ଦୁଇ ଜାତୀୟ— କ। ବଡ଼ କ୍ଷୀରୀ— ଖ। ସାନକ୍ଷୀରୀ—ଲଟାଳିଆ ଗୁଳ୍ମ; ପତ୍ର ସାନସାନ ଓ ଶିରାଳ — Euphorbia Prulifera
  • ସଂ. ବି — ବରଗଛ — The Banian tree
  • ସଂ. ବି — ଅଶ୍ୱତ୍ଥ — The Religious fig tree
  • ସଂ. ବି — ଆକନ୍ଦ ଗଛ; ଅରଖ ଗଛ — The Mudar plant; Calotropis Gigantea
  • ସଂ. ବି — ଡିମ୍ବିରି ଗଛ — The fig tree
  • ସଂ. ବି — ପତ୍ରସିଝୁ ଗଛ — Euphorbia Nivullia
  • ସଂ. ବି — କ୍ଷୀର ବାହାରିବା ଗଛ — A tree exuding milky juice
  • ସଂ. ବି — ଛତାଉରି (ଦେଖ) (ହରେକୃଷ୍ଣ. ଦ୍ରବ୍ଯଗୁଣ) — Chhatāuri (See)
  • ଦେ. ବି—(ସଂ. କ୍ଷୀରିକା) — ଖିର; ଦୁଧ ଓ ଚାଉଳରେ ପ୍ରସ୍ତୁତ ମିଠାଦିଆ ପାଣିଆ ଖାଦ୍ୟ — A gruel made of rice boiled in milk and sweetened
  • ଦେ. ବି—(ସଂ. କ୍ଷୀରିକା) — ଭୁଞ୍ଜିଲେ ଭୀମ ନାଗମାନଙ୍କ ଦେବା କ୍ଷୀରୀ— କୃଷ୍ଣସିଂହ. ମହାଭାରତ. ଆଦି।