କ୍ରୌଞ୍ଚ Kra̲u̲n̄cha
- ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) — ଏକ ଜାତୀୟ ବକପକ୍ଷୀ; ବଗ; ବଗଲା — The Pond-heron; curlew
- ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) — [ଦ୍ର—ଅମାନେ ଧଳା; ଏମାନଙ୍କ ଗୋଡ଼ ଲମ୍ବ ଲମ୍ବ; ଏମାନେ ଡଗଡଗ ଚାଲିପାରନ୍ତି; ଛୋଟ ମାଛ ଓ ପୋକଜୋକ ଧରି ଖାଆନ୍ତି। ଏହି ବଗମାନେ ଧାନକ୍ଷେତ ଓ ପୋଖରୀ କୂଳରେ ଚରନ୍ତି। ଗଛ ଉପରେ ବଗମାନେ କାଠି କୁଟାରେ ବସା ବାନ୍ଧନ୍ତି ଓ ବର୍ଷାଦିନେ ଛୁଆ କରନ୍ତି; ବର୍ଷାଦିନେ ଆକାଶରେ ମେଘ ଉଠାଇଲା ବେଳେ ଆକାଶରେ ଉଡ଼ୁଥିବା ବକପଂକ୍ତି ମେଘ ଦେହରେ ଅତି ମନୋହର ଦେଖା ଯାଆନ୍ତି।]
- ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) — ଦ୍ୱୀପବିଶେଷ (ପୁରାଣ ମତରେ ଏହା ସପ୍ତଦ୍ୱୀପା ପୃଥିବୀ ମଧ୍ୟରେ ଗୋଟିଏ ଦ୍ୱୀପ) — One of the seven legendary islands comparising the earth
- ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) — ପୌରାଣିକ ପର୍ବତବିଶେଷ — Name of a legendary mountain
- ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) — [ଦ୍ର—ଏ ପର୍ବତ ହିମାଳୟଙ୍କ ପୌତ୍ର; କାର୍ତ୍ତିକ ଓ ପରଶୁରାମ ଏ ପର୍ବତକୁ ବିଦ୍ଧ କରିଥିଲେ।]
- ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) — ଅସୁରବିଶେଷ; ବକାସୁର — Name of a demon killed by Srīkṛushṇa
- ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) — ଡାହୁକ, କୁରର — An Osprey (bird) (M.W.)
- ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) — ମୟଦାନବର ପୁତ୍ର (ଏହାକୁ କ୍ରୌଞ୍ଚ ଦ୍ୱୀପରେ ସ୍କନ୍ଦ ଭଗବାନ ବଧ କରିଥିଲେ—ହି. ଶବ୍ଦସାଗର) — Name of a son of demon Maya