କିଆପଟ Kiāpaṭa

  • ଦେ. ବି. (ସଂ. କେତକ+ପଟ୍ଟ) — କିଆଗଛର ଗଣ୍ଡିରୁ ତଳକୁ ଲମ୍ବିବା ଓହୋଳ — The aerial roots of the screwpine
  • ଦେ. ବି. (ସଂ. କେତକ+ପଟ୍ଟ) — କିଆପଟକୁ ଚିରି ତହିଁରୁ ବାହାର କରାଯିବା ଚେମଡ଼ ଲଇ — Tenacious fibres extracted from the aerial roots of the screwpine by splitting them
  • ଦେ. ବି. (ସଂ. କେତକ+ପଟ୍ଟ) — [ଦ୍ର—ଏହି କିଆପଟର ମଞ୍ଜ ଅଂଶ ଟାଣୁଆ। ସରୁଆ କିଆପଟର ଉପର ଛାଲକୁ ତାଞ୍ଚି ତାହାର ମଞ୍ଜକୁ ଲୋକେ ଦାନ୍ତକାଠି କରନ୍ତି; ଏ ଦାନ୍ତକାଠିକୁ ଚୋବାଇଲେ ଏହାର ବ୍ରୁସ୍ — (brush)ପରି ଖୁବ୍ ସରୁ ସରୁ ରୁଆ ହୁଏ ଲମ୍ବ କିଆପଟମାନଙ୍କୁ ପତଳା ଚିରୁଡ଼ା— ଚିରୁଡ଼ା କରି ଚିରି ଶୁଖାଇଲେ ସେଥିରେ ଘରଛପର ଆଦି କରିବା— ପାଇଁ ଖୁବ ଚେମଡ଼ ଓ ଶକ୍ତ ଲଇ ହୁଏ]