କାଢ଼ିଆ Kāṟḍ̠ẖiā

  • ଦେ. ବି. (ତାମିଲ—କଡ଼ନ୍; କଡ଼ମ୍=ଋଣ) — ଭବିଷ୍ୟତରେ ମୂଳ ଓ ସୁଧ ଟଙ୍କା ନ ସୁଝି ଉକ୍ତ ଟଙ୍କାରେ ଦାଣ୍ଡ ଭାଉ ଅପେକ୍ଷା ବେଶୀ ପରିମାଣରେ ଧାନ ବା ଶସ୍ୟାଦି ଦେବା କରାରରେ ମହାଜନଠାରୁ ଋଣ କରିବା ଧନ — Cash taken from a creditor on a contract to deliver paddy or corn in future at a cheap rate in lieu of the capital and interest
  • ଦେ. ବି. (ତାମିଲ—କଡ଼ନ୍; କଡ଼ମ୍=ଋଣ) — ଋଣ — Loan
  • ଦେ. ବି. (ତାମିଲ—କଡ଼ନ୍; କଡ଼ମ୍=ଋଣ) — କାଢ଼ିଆ ମାଲରେ ବହୁତ ଦୋଷ, କଳନ୍ତର ବଢ଼ି ବୁଡ଼େ ସର୍ବସ୍ୱ। ଗୋପୀନାଥ ଉଦ୍ଧୃତ ଉତ୍କଳ ସାହିତ୍ୟ 8।8 । — କାଢ଼ିଆ ମାଲରେ ବହୁତ ଦୋଷ, କଳନ୍ତର ବଢ଼ି ବୁଡ଼େ ସର୍ବସ୍ୱ ଗୋପୀନାଥ ଉଦ୍ଧୃତ ଉତ୍କଳ ସାହିତ୍ୟ88
  • ଦେ. ବି. (ତାମିଲ—କଡ଼ନ୍; କଡ଼ମ୍=ଋଣ) — ଦୋକାନିଠାରୁ ନିଆଯିବା କାଳି ସଉଦା — Credit or loan of commodities taken from a grocer
  • ଦେ. ବି. (ତାମିଲ—କଡ଼ନ୍; କଡ଼ମ୍=ଋଣ) — ପ୍ରଥମୋକ୍ତ ରୀତିରେ ଟଙ୍କା କରଜ ଦେବା ପ୍ରଣାଳୀ — The system of advancing money on the system. stated in 1
  • ଦେ. ବି. (ତାମିଲ—କଡ଼ନ୍; କଡ଼ମ୍=ଋଣ) — [ଦ୍ର—ଜମିରୁ ଫସଲ ଚାଷିମାନଙ୍କ ହସ୍ତଗତ ହେବା ପୂର୍ବରୁ ଆବଶ୍ୟକ ବ୍ଯୟ ସକାଶେ ସେମାନେ ମହାଜନଠାରୁ ଟଙ୍କା ଋଣ କରି କରାର କରନ୍ତି ଯେ, ଫସଲ ହସ୍ତଗତ ହେଲାରୁ ଋଣ ଟଙ୍କା ଓ ତହିଁର ସୁଧ ଯାହା ହୋଇଥିବା ତାହା ମହାଜନକୁ ନଗଦ ନ ସୁଝି ସେ ସମୟର ଦାଣ୍ଡ ଭାଉ ଅପେକ୍ଷା ସସ୍ତା ଦରରେ ମହାଜନକୁ ଧାନ ବା ଅନ୍ଯାନ୍ୟ ଶସ୍ୟ ଦେବେ। ଏହି ଚୁକ୍ତିରେ ଚାଷିମାନେ ଋଣ କରିବା ରୀତିକୁ 'କାଢ଼ିଆ' ବୋଲାଯାଏ। ଏ ରୀତିରେ ମହାଜନର ଦୁଇ ପ୍ରକାର ଲାଭ ହୁଏ, ଟଙ୍କା ଉପରେ ସୁଧ ପାଏ ଓ ଦାଣ୍ଡ ଭାଉ ଅପେକ୍ଷା ସସ୍ତାରେ ଶସ୍ୟାଦି ପାଏ। ଚାଷୀ ସୁଧକୁ ସୁଧ ଦିଏ ଓ ତା ଉପରେ ଦାଣ୍ଡ ଭାଉ ଅପେକ୍ଷା ସସ୍ତା ଭାଉରେ ମହାଜନକୁ ଶସ୍ୟାଦି ଦିଏ।]
  • ଦେ. ବିଣ. — ଉଠାଣ କରାଯିବା; କାଳି ଆଣିବା; ଧାର କରାଯିବା (ସଉଦା) — (commodities) Borrowed; taken in advance of the payment
  • ଦେ. ବିଣ. — କାଢୁଆ; ବଳୁଆ; ପରାକ୍ରାନ୍ତ — Powerful; strong