କାମରୂପ Kāmarūpa
- ସଂ. ବିଣ. ପୁଂ. (ବହୁବ୍ରୀହି; କାମ+ରୂପ) — ଇଚ୍ଛାନୁରୂପ ରୂପଧାରୀ — Assuming forms at pleasure
- ସଂ. ବିଣ. ପୁଂ. (ବହୁବ୍ରୀହି; କାମ+ରୂପ) — ଇଚ୍ଛାନୁରୂପ ରୂପ ଧାରଣ କରିବାକୁ ସମର୍ଥ — Able to assume any shape at will
- ସଂ. ବିଣ. ପୁଂ. (ବହୁବ୍ରୀହି; କାମ+ରୂପ) — ସୁନ୍ଦର ରୂପବିଶିଷ୍ଟ — Comely; beautiful; charming; graceful
- ସଂ. ବି — ବ୍ରହ୍ମପୁତ୍ର ନଦର ଉତ୍ତର ଓ ଭୁଟାନର ଦକ୍ଷିଣରେ ଥିବା ଆସାମ ପ୍ରଦେଶର ଗୋଟିଏ ପ୍ରାଚୀନ ଦେଶ ଓ ଆଧୁନିକ ଜିଲ୍ଲାର ନାମ — Name of a district and ancient tract of country in Assam
- ସଂ. ବି — [ଦ୍ର—ପ୍ରାଚୀନ କାମରୂପ ଦେଶ କରତେୟା ବା ସଦାନୀରା ନଦୀକୁଳରେ ଆସାମର ଶେଷ ସୀମା ପର୍ଯ୍ୟନ୍ତ ବିସ୍ତୁତ ଥିଲା। ଏହାର ରାଜଧାନୀ ପ୍ରାଗ୍ଜ୍ୟୋତିଷପୁର। ହିମାଳୟର ପାଦଦେଶରୁ ଏହା ଚୀନ୍ଦେଶର ସୀମା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ମହାଭାରତ ଯୁଦ୍ଧରେ ଏ ଦେଶର ରାଜା ଦୁର୍ଯ୍ୟୋଧନଙ୍କୁ କିରାତ ଓ ଚୀନ ସୈନ୍ୟଦଳଦ୍ୱାରା ସାହାଯ୍ୟ କରିଥିଲେ। ଆଧୁନିକ କାମରୂପ ଦେଶର ଅଧିଷ୍ଠାତ୍ରୀ କାମାଖ୍ୟା ବା କାମଚଣ୍ଡୀ ଦେବୀ। ଆସାମପ୍ରଦେଶର ଏହା ଆଧୁନିକ କାମରୂପ ଜିଲ୍ଲା; ଏଥିର ରାଜଧାନୀ ଗୌହାଟୀ। ରାମାୟଣ ସମୟରେ ନରକାସୁର ଏଠାରେ ରାଜତ୍ୱ କରୁଥିଲେ। ମହାଭାରତ ସମୟରେ ଭଗଦତ୍ତ ଏଥିର ରାଜା ଥିଲେ। ପୁରାକାଳରେ ଏହା ମ୍ଳେଚ୍ଛଦେଶ ମଧ୍ୟରେ ପରିଗଣିତ ହେଉଥିଲା। ତାନ୍ତ୍ରିକଯୁଗରେ ଏହା ପ୍ରସିଦ୍ଧ ସ୍ଥାନ ହେଲା। ଏହା ଭୁଟାନ୍ ରାଜ୍ୟର ଦକ୍ଷିଣରେ।]
- ସଂ. ବି — ସୁନ୍ଦରରୂପ — Charming figure
- ସଂ. ବି — ସ୍ୱେଚ୍ଛାପୂର୍ବକ ଧାରଣ କରାଯିବା ରୂପ — Form of figure assumed by a being at his will
- ସଂ. ବି — ରାମାୟଣ ବାଳକାଣ୍ଡୋକ୍ତ ବିଶ୍ୱାମିତ୍ରଙ୍କ ମନ୍ତ୍ରାତ୍ମକ ଶରବିଶେଷ — Name of a consecrated arrow possessed by sage Biswāmitra
- ସଂ. ବି — ଦେବତା — The Gods