କଳସ Kaḻasa

  • ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) — ଜଳପାତ୍ର; ଘଡ଼ା; ମାଠିଆ; କୁମ୍ଭ — Water-jar; a narrow mouthed waterpot
  • ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) — [ଦ୍ର—ତନ୍ତ୍ର ଅନୁସାରେ କଳସର ବ୍ୟାସ 50 ଆଙ୍ଗୁଳ, ଉଚ୍ଚ 13 ଆଙ୍ଗୁଳ ଓ ମୁହଁ 8 ଆଙ୍ଗୁଳ ହେବା ଉଚିତ। ହିନ୍ଦି ଶବ୍ଦସାଗର।] — [ଦ୍ର—ତନ୍ତ୍ର ଅନୁସାରେ କଳସର ବ୍ୟାସ50ଆଙ୍ଗୁଳ, ଉଚ୍ଚ13ଆଙ୍ଗୁଳ ଓ ମୁହଁ8ଆଙ୍ଗୁଳ ହେବା ଉଚିତ ହିନ୍ଦି ଶବ୍ଦସାଗର]
  • ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) — ଦେଉଳର ଗମ୍ବୁଜ ଉପରେ ସ୍ଥାପିତ କୁମ୍ଭାକାର ଅଳଙ୍କାର — A cupola; an ornamental jar set up on the top of the dome of a temple or building
  • ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) — ମାଙ୍ଗଳିକ କାର୍ଯ୍ୟରେ ସର୍ବାରମ୍ଭରେ ସ୍ଥାପିତ ହୋଇ ପୂଜା ହେବା ପୂର୍ଣ୍ଣ କୁମ୍ଭ — A water-jar filled up with water and set up in ceremonies and worshipped first
  • ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) — ଦ୍ରୋଣ ବା 8 ସେର ପରିମାଣ (ହି. ଶବ୍ଦସାଗର) — ଦ୍ରୋଣ ବା8ସେର ପରିମାଣ (ହି. ଶବ୍ଦସାଗର)— . A unit of measure equal to 8 Seers
  • ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) — (ନାମ) 158 ଶକାବ୍ଦରେ କାଶ୍ମୀରରେ ରାଜତ୍ୱ କରୁଥିବା ଜଣେ ଅତ୍ୟାଚାରୀ ଓ ପାପୀ ରାଜା — (ନାମ)18ଶକାବ୍ଦରେ କାଶ୍ମୀରରେ ରାଜତ୍ୱ କରୁଥିବା ଜଣେ ଅତ୍ୟାଚାରୀ ଓ ପାପୀ ରାଜା— . Name of a king of Kashmere
  • ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) — [ଦ୍ର—ଏ ଆପଣା ପିତାଙ୍କ ଉପରେ ମଧ୍ୟ ଅତ୍ୟନ୍ତ ଅତ୍ୟାଚାର କରିଥିଲେ ଏବଂ ଆପଣା ଭଗିନୀଙ୍କର ସତୀତ୍ୱ ନଷ୍ଟ କରିବାକୁ କୁଣ୍ଠିତ ହୋଇ ନ ଥିଲେ। ମନ୍ତ୍ରୀମାନେ ଏହାଙ୍କୁ ସିଂହାସନଚ୍ୟୁତ କରି ଏହାଙ୍କ ପିତାଙ୍କୁ ସିଂହାସନରେ ବସାଇ ଥିଲେ। ହି. ଶବ୍ଦସାଗର]
  • ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) — କୋହଳ ମୁନିଙ୍କ ମତରେ ନୃତ୍ୟର ପ୍ରକାରଭେଦ (ହି. ଶବ୍ଦସାଗର) — A kind of dancing
  • ଦେ. ବି. (ବଣିଆ ଶବ୍ଦ) ସୁନା ରୁପାରେ ତିଆରି ଜଳପାତ୍ରବିଶେଷ — A water-vessel made of gold or other metal