କଲରା Kalarā

  • ଦେ. ବି. (ସଂ. କାରବେଲ୍ଲ) — କୃଷିଜାତ ଲତା ଓ ତହିଁର ତିକ୍ତ ଖାଦ୍ୟଫଳ — A creeper producing edible bitter fruits; Hairy Memordica; Memordica Charantia
  • ଦେ. ବି. (ସଂ. କାରବେଲ୍ଲ) — [ଦ୍ର—ଏହା କୁଷ୍ମାଣ୍ଡାଦି ବର୍ଗର ପ୍ରତାନୀ, ଏଥିର ଫୁଲ ହଳଦିଆ ଓ ଛୋଟଛୋଟ; ଏଥିର ଫଳ ତିକ୍ତ। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୀତବୀର୍ଯ୍ୟ, ଭେଦକ, ଲଘୁ ଓ ତିକ୍ତ— ରସ; ଏହା ଜ୍ୱର, ପିତ୍ତ, କଫ, ରକ୍ତପାଣ୍ଡୁ, ମେହ ଓ କୃମିନାଶକ; ଏହାର ପତ୍ରକୁ ଛେଚି କାମୁଡ଼ା ଘାଆ ଆଦିରେ ଲଗାଇଲେ ଉପକାର ହୁଏ। ଏକ ପ୍ରକାର ବଡ଼ କଲରାକୁ ସଲରା କହନ୍ତି। ଛୋଟ ଗୋଲ କଲରାକୁ ଟୁଷି— କଲରା (ସଂ. କାରବେଲ୍ଲୀ) କହନ୍ତି। ବଡ଼ କଲରା ଠାରୁ ଛୋଟ କଲରା ଅଧିକତର ଲଘୁପାତ ଓ ଅଗ୍ନିଦୀପକ।]
  • ଦେ. ବି. (ସଂ. କାରବେଲ୍ଲ) — ଏକ ପ୍ରକାର କୃଷ୍ଣଜୀରା—(ହରେକୃଷ୍ଣ ମିଶ୍ର, ଦ୍ରବ୍ଯଗୁଣ।) — A kind of black cumin-seed
  • ବୈଦେ. (ଇଂ) ବି. (ଇଂ. କଲେରା) — ହଇଜା; ବିସୂଚିକା — Cholera