କମାଣି Kamāṅi

  • ଦେ. ବି. (ସଂ. କର୍ମ) — ନଖ କାଟି ଅଳତା ଆଦି ଦେଇ ହସ୍ତ — ପଦାଦିକୁ ଶୋଭାଯୁକ୍ତ ବା ଶୁଭ୍ର କରିବା— Trimming and painting the fingers and toes
  • ବୈଦେ. ବି.—(ଫା. କମାନ୍; ତୁଳ. ସଂ. କାର୍ମୁକ) — ବେହେଲା ବଜାଇବାର ଧନୁକାକାର ଫଳା — The bow of a violin
  • ବୈଦେ. ବି.—(ଫା. କମାନ୍; ତୁଳ. ସଂ. କାର୍ମୁକ) — ବନ୍ଧୁକର ନଳି ଆଦିରେ ବସିବା ଲୁହାର ମୁଦିଆ — Iron ring
  • ବୈଦେ. ବି.—(ଫା. କମାନ୍; ତୁଳ. ସଂ. କାର୍ମୁକ) — ବଢ଼େଇଙ୍କ ଭଅଁରଙ୍କୁ ଚଳାଇବା ପାଇଁ ବ୍ଯବହୃତ ଧନୁକାକାର ଫଳା — Bow used in turning a carpenter's drill
  • ବୈଦେ. ବି.—(ଫା. କମାନ୍; ତୁଳ. ସଂ. କାର୍ମୁକ) — ରେଳଗାଡ଼ି, ବଗିଗାଡ଼ି ଓ ମଟର୍ଗାଡ଼ିର ଅଖ ଉପରେ ସଂଲଗ୍ନ ଧନୁକାକାର ପତଳା ଦୁଇ ଫାଳିଆ ଲୁହାର କଳ — The metal springs set over the axle of carriages and motor cars
  • ବୈଦେ. ବି.—(ଫା. କମାନ୍; ତୁଳ. ସଂ. କାର୍ମୁକ) — [ଦ୍ର—ଶଗଡ଼ ଆଦିରେ କମାଣି ନ ଥିବାରୁ ବନ୍ଧୁର ପଥରେ ଶଗଡ଼ ଚାଲିଲାବେଳେ ଶଗଡ଼ରେ ବସିଥିବା ଲୋକ ଧକଚକ ହେଲା— ବେଳେ ତାକୁ ବାଧି ଯାଏ; କିନ୍ତୁ ଯେଉଁ ଗାଡ଼ିରେ କମାଣି ଲାଗି ଥାଏ ସେ ଗାଡ଼ି ବନ୍ଧୁର ପଥରେ ଚଳିଲା ବେଳେ କମାଣି ଲଚକିବାରୁ ଆରୋହୀ ଦୋଳି ଖେଳିଲା ଭଳି ଆରାମ ବୋଧ କରେ; ବେଶି ବୋଝ ଲଦାହେଲେ କମାଣି ଦବି ଯାଏ, ପୁଣି ଭାର କମାଇ ଦେଲେ କମାଣି ପୂର୍ବ ଅବସ୍ଥା ପ୍ରାପ୍ତ ହୁଏ।]
  • ବୈଦେ. ବି.—(ଫା. କମାନ୍; ତୁଳ. ସଂ. କାର୍ମୁକ) — କଳଘଣ୍ଟା ଓ ୱାଚ୍ ଆଦିରେ ଲାଗିଥିବା କୁଣ୍ତଳୀକୃତ ପତଳା ଧାତୁମୟ ଲମ୍ବ ପାତିଆ — Metal spring of a clock or watch
  • ପ୍ରାଦେ. (ସମ୍ବଲପୁର) ବି. — କୃଷିକର୍ମ — Agriculture