କଙ୍କଡ଼ା Kaṇkaṟḍ̠ā
- ଦେ. ବି. (ସଂ. କର୍କଟ) — କୁଳୀର; ଏକ ପ୍ରକାର ଜଳଜୀବ — Crab
- ଦେ. ବି. (ସଂ. କର୍କଟ) — [ଦ୍ର—ଏହାର ଆଠ ଗୋଟି ଚାଲିବା ଗୋଡ଼ ଅଛି ଓ ଆଗରେ ସଣ୍ଡୁଆସି ପରି ଦୁଇଟି ହାତ ଅଛି। ଏହି ହାତରେ ଖାଦ୍ୟାଦିକୁ ଧରେ ଏବଂ ଏହା ଏପରି ଦାଢ଼ୁଆ ଯେ ତହିଁ ଦ୍ୱାରା ନରମା ଜିନିଷ କତୁରିରେ କାଟିବା ପରି କାଟି ହୋଇଯାଏ। ଏହାର ଦେହ ଗୋଲାକାର; ଗୋଟିଏ ଖୋଳଦ୍ୱାରା ଆବୃତ। ପ୍ରତିବର୍ଷ ଏହା ଦେହରୁ ପୁରୁଣା ଖୋଳ ଝଡ଼ି ପଡ଼େ ଓ ନୂଆ ଖୋଳ କଅଁଳେ। ନାନା ଜାତିର ଓ ନାନା ଆକାରର କଙ୍କଡ଼ା ଅଛନ୍ତି। କେତେକ ମଧୁର ପାଣି ଓ କେତେକ ଲୁଣି ପାଣିରେ ରହନ୍ତି। କାହା କାହାର ଦେହ ପାଣ୍ଡୁରା, ଧଳା, ନାଲିଆ ବା କଳା ଅଟେ। ଏମାନଙ୍କ ଦେହର ଆକୃତି ମଣ୍ଡାକାଇଁଚ ଠାରୁ ପ୍ରାୟ ଛଅ ଇଞ୍ଚ ବ୍ୟାସବିଶିଷ୍ଟ ହୁଏ। ସାଧାରଣ କଙ୍କଡ଼ାମାନେ ବିଲମାନଙ୍କର ହିଡ଼ମୂଳରେ ଓ ପୋଖରୀର ପାଣିକଡ଼ରେ ପାଣିକି ଲାଗି ଗାତ ଖୋଳି ରହନ୍ତି। ମଧୁର ପାଣିରେ ଥିବା ବଡ଼ କଙ୍କଡ଼ାଙ୍କୁ ମାଣ୍ଡିଆ କଙ୍କଡ଼ା ବୋଲାଯାଏ। ନୀଚ ଜାତୀୟ ଲୋକମାନେ କଙ୍କଡ଼ାକୁ ସିଝାଇ ବା ପୋଡ଼ିକରି ଖାଆନ୍ତି। ଏହାର ମାଂସ ବଳକାରକ ଓ ବାତନାଶକ।
- ଦେ. ବି. (ସଂ. କର୍କଟ) — ଏକ ପ୍ରକାର କଙ୍କଡ଼ା ସମୁଦ୍ର ଓ ଚିଲିକାର ଲୁଣି ପାଣିରେ ରହନ୍ତି। ସେଗୁଡ଼ିକ ଖୁବ୍ ବଡ଼। ସମୁଦ୍ର କଙ୍କଡ଼ା ପାଞ୍ଚ ପ୍ରକାର, ଯଥା—ବ୍ରାହ୍ମଣିଆ କଙ୍କଡ଼ା; ରାଣୀ କଙ୍କଡ଼ା; କଙ୍କଡ଼ା; ଫୁଲିଆ ଓ ମରଡ଼ା। ବିଲ ଭିତରେ ବର୍ଷାଦିନରେ ଏକ ପ୍ରକାର କଙ୍କଡ଼ା ରହନ୍ତି— ଛୋଟ, ଧଳା ଓ ମାଣ୍ଡିଆ ଏହି ତିନି ପ୍ରକାର ଛୋଟ କଙ୍କଡ଼ା ଦେଖାଯାନ୍ତି। କଙ୍କଡ଼ାମାନେ ଅଣ୍ଡଜ; କଥିତ ଅଛି ମାଈ କଙ୍କଡ଼ାର ପେଟ ଡିମ୍ବରେ ଭରିଗଲେ କଙ୍କଡ଼ା ମରିଯାଏ। କଙ୍କଡ଼ାମାନେ ତେରଛା ଚାଲନ୍ତି।]
- ଦେ. ବି. (ସଂ. କର୍କଟ) — (ଜ୍ୟୋତିଷ) କର୍କଟ ରାଶି — (Astronomy) The Sign of Cancer
- ଦେ. ବି. (ସଂ. କର୍କଟ) — କଙ୍କଡ଼ା ପରି ମଝି ଗୋଲ ଓ ଚାରିପାଖ ମୁନିଆଁ କଣ୍ଟା— ମାନ ବାହାରିଥିବା ଏକ ପ୍ରକାର ଲୁହା କଣ୍ଟା — An iron-nail with many protruding hooks