କଂଶ Kaṁṡa
- ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+ସଂଜ୍ଞାର୍ଥେ କର୍ତ୍ତୃ. ସ) — ଅସୁରବିଶେଷ; ଶ୍ରୀକୃଷ୍ଣଙ୍କର ମାମୁଁ; ଉଗ୍ରସେନଙ୍କର ପୁଅ; ଏ ମଥୁରାର ଜନୈକ ପ୍ରାଚୀନ ରାଜା; କଂସ — Maternal uncle of Ṡrīkṛushṇa
- ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+ସଂଜ୍ଞାର୍ଥେ କର୍ତ୍ତୃ. ସ) — [ଦ୍ର—କଂଶ ଦ୍ୱାରକାର ରାଜା ଉଗ୍ରସେନଙ୍କର ପୁତ୍ର। ନାରଦଙ୍କ— ଠାରୁ ଏ ଭବିଷ୍ୟଦ୍ବାଣୀ ଶୁଣିଥିଲେ ଯେ ଦେବକୀଗର୍ଭଜାତ ସନ୍ତାନ ଏହାଙ୍କୁ ବଧ କରିବେ। ତଦନୁସାରେ ଏ ନିଜ ଭଗିନୀ ଦେବକୀ ଓ ଭଗିନୀପତି ବସୁଦେବଙ୍କୁ ନିଜ ରାଜଧାନୀ ମଥୁରାର ବନ୍ଦିଶାଳରେ ରଖି ତାଙ୍କର ସାତଗୋଟି ସନ୍ତାନଙ୍କୁ ଜନ୍ମମାତ୍ରେ ହତ୍ୟା କଲେ, କିନ୍ତୁ ଅଷ୍ଟମଗର୍ଭଜାତ ଶ୍ରୀକୃଷ୍ଣ ଜାତ ହେବା ମାତ୍ରେ ବସୁଦେବ ତାଙ୍କୁ ଗୋପନରେ ନେଇ ଗୋପପୁରରେ ନନ୍ଦଘରେ ରଖି ଆସିଲେ। କଂଶ ଶ୍ରୀକୃଷ୍ଣଙ୍କୁ ମରାଇବା ପାଇଁ ଅନେକ ଅସୁର ଅସୁରୀ ପଠାଇ ଅକୃତକାର୍ଯ୍ୟ ହେଲେ। ଶେଷରେ ଶ୍ରୀକୃଷ୍ଣଙ୍କୁ କପଟରେ ଧନୁସଭାକୁ ଡକାଇ ସେଠାରେ ମଲ୍ଲମାନଙ୍କ ଦ୍ୱାରା ତାଙ୍କୁ ମରାଇବାକୁ ଚେଷ୍ଟା କଲେ, କିନ୍ତୁ ନିଜେ ଶ୍ରୀକୃଷ୍ଣଙ୍କ ଦ୍ୱାରା ନିହତ ହେଲେ। ଉଗ୍ରସେନଙ୍କ ରାଣୀକୁ ଦୃମିଳା ନାମକ ରାକ୍ଷସ ବଳପୂର୍ବକ ରମଣ କରିବାରୁ ସେହି ରାକ୍ଷସ ଔରସରେ କଂଶ ଜନ୍ମିଥିଲେ। ଏ ସ୍ୱୀୟ ପିତା ଉଗ୍ରସେନଙ୍କୁ କାରାବଦ୍ଧ କରି ମଥୁରାର ରାଜା ହୋଇଥିଲେ ଓ ଏହାଙ୍କ ମୃତ୍ୟୁ ପରେ ଉଗ୍ରସେନ ପୁଣି ମଥୁରାର ରାଜା ହେଲେ।]
- ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+ସଂଜ୍ଞାର୍ଥେ କର୍ତ୍ତୃ. ସ) — ବୃକ୍ଷବିଶେଷ; ମୁଣ୍ଡିକା ଗଛ (ଦେଖ) — A kind of plant; Muṇḍikā (See)
- ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+ସଂଜ୍ଞାର୍ଥେ କର୍ତ୍ତୃ. ସ) — (+କର୍ମ. ସ) କଂଶା ନାମକ ଧାତୁ; ତମ୍ବା ଓ ରଙ୍ଗ ବା ଦସ୍ତାର ମିଶ୍ର ଧାତୁ — Bell-metal
- ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+ସଂଜ୍ଞାର୍ଥେ କର୍ତ୍ତୃ. ସ) — ସ୍ୱର୍ଣ୍ଣରଜତାଦି ନିର୍ମିତ ପାନପାତ୍ର — A gold or silver drinking glass
- ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+ସଂଜ୍ଞାର୍ଥେ କର୍ତ୍ତୃ. ସ) — ତୈଜସ ଦ୍ରବ୍ୟ — Utensils
- ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+ସଂଜ୍ଞାର୍ଥେ କର୍ତ୍ତୃ. ସ) — ପରିମାଣ ପାତ୍ରବିଶେଷ — A measuring pot