ଓଡ଼ଚଷା Oṟḍ̠achashā

  • ଦେ. ବି. (ସଂ. ଓଡ+ଚଷା) — ଶୂଦ୍ର ବା ଚଷାମାନଙ୍କର ଶ୍ରେଣୀବିଶେଷ (ଏମାନଙ୍କ ପୂର୍ବପୁରୁଷମାନେ ଓଡ଼୍ର ଥିଲେ ଓ ବସ୍ତର, ଜୟପୁର ଅଞ୍ଚଳରୁ ଆସି ଉତ୍କଳ ରାଜା— ମାନଙ୍କଠାରୁ ଜାଗିରି ପାଇ ପଦାତିକ ଚାକିରି କରି କାଳ କ୍ରମେ ଚାଷ ବାସ କରି ଏ ଦେଶରେ ଉପନିବେଶ କରି ରହିଲେ) — A class of ṡūdras or cultivators in Oṟḍ̠iṡā
  • ଦେ. ବି. (ସଂ. ଓଡ+ଚଷା) — [ଦ୍ର—ଓଡଚଷାଙ୍କ ସମ୍ବନ୍ଧେ ନୋଟ୍—ପୁରୀ ଜିଲ୍ଲାରେ ବିଶେଷତଃ ଖୋର୍ଦ୍ଧାରେ ଓଡ଼ଙ୍କ ସଂଖ୍ୟା 87000 ହେବା, ଗଡ଼ଜାତରେ 3 ୳ ସହସ୍ର, କଟକରେ 20 ଓ ବାଲେଶ୍ୱରରେ ଓଡ ନାହାନ୍ତି ବୋଲି 1875 ସାଲର ପୂର୍ବ ସେନ୍ସସ ରିପୋର୍ଟରେ ଲେଖାଥିଲା। ଓଡ଼ଙ୍କର ଚାରିଗୋଟି ଶ୍ରେଣୀ—ଯଥା—ବେଣାଟିଆ, ପେଣ୍ଡାକଳସା, ଦହିକଳସା ଓ ଶୂକରଲଛା। ପାଇକମାନଙ୍କ ମଧ୍ୟରେ ଦୁଇ ଶ୍ରେଣୀ ଅଛି ଯଥା— ଓଡ଼ ପାଇକ ଓ ଶୁଦ ପାଇକ। କଟକ ଓ ଗଡ଼ଜାତରେ ବେଣାଟିଆ ଓଡମାନେ କ୍ରମଶଃ ଶୂଦ୍ର ଚଷାଙ୍କ ସଙ୍ଗେ ସାମାଜିକଭାବରେ ମିଶୁ— ଅଛନ୍ତି କିନ୍ତୁ ଅନ୍ୟ ଓଡମାନେ ପାଣିଅଛୁଆଁ ଜାତି। ଓଡ଼ମାନେ ଚଷାମାନଙ୍କର ଅଖାଦ୍ୟ କଙ୍କଡ଼ା ଖାଆନ୍ତି। ଏମାନଙ୍କ ମଧ୍ୟରେ ଶବଦାହର ବିଧି ନାହିଁ। ଏମାନେ ଧନୀ ହେଲେ ସୁଦ୍ଧା ଏମାନଙ୍କ ମାଇପେ ପିତଳ ଖଡ଼ୁ ପିନ୍ଧନ୍ତି। ବର୍ତ୍ତମାନ ଓଡ଼ ଶବ୍ଦ ଗୋଟିଏ ଗାଳିରେ ପରିଣତ ହୋଇଅଛି। ପୁରୀଜିଲ୍ଲାର ଚାରି ଶ୍ରେଣୀ ଓଡ଼ଙ୍କ ମଧ୍ୟରେ ଖିଆପିଆ, କନ୍ୟା ଆଦାନପ୍ରଦାନ ଆଦି ଚଳେ— ପିଆରିମୋହନ. ଇତିହାସ।] — [ଦ୍ର—ଓଡଚଷାଙ୍କ ସମ୍ବନ୍ଧେ ନୋଟ୍—ପୁରୀ ଜିଲ୍ଲାରେ ବିଶେଷତଃ ଖୋର୍ଦ୍ଧାରେ ଓଡ଼ଙ୍କ ସଂଖ୍ୟା87000ହେବା, ଗଡ଼ଜାତରେ3୳ ସହସ୍ର, କଟକରେ20ଓ ବାଲେଶ୍ୱରରେ ଓଡ ନାହାନ୍ତି ବୋଲି1875ସାଲର ପୂର୍ବ ସେନ୍ସସ ରିପୋର୍ଟରେ ଲେଖାଥିଲା ଓଡ଼ଙ୍କର ଚାରିଗୋଟି ଶ୍ରେଣୀ—ଯଥା—ବେଣାଟିଆ, ପେଣ୍ଡାକଳସା, ଦହିକଳସା ଓ ଶୂକରଲଛା ପାଇକମାନଙ୍କ ମଧ୍ୟରେ ଦୁଇ ଶ୍ରେଣୀ ଅଛି ଯଥା— ଓଡ଼ ପାଇକ ଓ ଶୁଦ ପାଇକ କଟକ ଓ ଗଡ଼ଜାତରେ ବେଣାଟିଆ ଓଡମାନେ କ୍ରମଶଃ ଶୂଦ୍ର ଚଷାଙ୍କ ସଙ୍ଗେ ସାମାଜିକଭାବରେ ମିଶୁ— ଅଛନ୍ତି କିନ୍ତୁ ଅନ୍ୟ ଓଡମାନେ ପାଣିଅଛୁଆଁ ଜାତି ଓଡ଼ମାନେ ଚଷାମାନଙ୍କର ଅଖାଦ୍ୟ କଙ୍କଡ଼ା ଖାଆନ୍ତି ଏମାନଙ୍କ ମଧ୍ୟରେ ଶବଦାହର ବିଧି ନାହିଁ ଏମାନେ ଧନୀ ହେଲେ ସୁଦ୍ଧା ଏମାନଙ୍କ ମାଇପେ ପିତଳ ଖଡ଼ୁ ପିନ୍ଧନ୍ତି ବର୍ତ୍ତମାନ ଓଡ଼ ଶବ୍ଦ ଗୋଟିଏ ଗାଳିରେ ପରିଣତ ହୋଇଅଛି ପୁରୀଜିଲ୍ଲାର ଚାରି ଶ୍ରେଣୀ ଓଡ଼ଙ୍କ ମଧ୍ୟରେ ଖିଆପିଆ, କନ୍ୟା ଆଦାନପ୍ରଦାନ ଆଦି ଚଳେ— ପିଆରିମୋହନ. ଇତିହାସ]