ଐରାବତୀ A̲i̱rābatī

  • ସଂ. ବି. ସ୍ତ୍ରୀ. (ଐରାବତ+ସ୍ତ୍ରୀ. ଈ) — ବିଦ୍ୟୁତ୍; ବିଜୁଳି — Lightning
  • ସଂ. ବି. ସ୍ତ୍ରୀ. (ଐରାବତ+ସ୍ତ୍ରୀ. ଈ) — ଐରାବତ ହସ୍ତୀର ସ୍ତ୍ରୀ — The she-elephant of the east quarter
  • ସଂ. ବି. ସ୍ତ୍ରୀ. (ଐରାବତ+ସ୍ତ୍ରୀ. ଈ) — ବ୍ରହ୍ମଦେଶର ଏକ ନଦୀ — The Irawadi river in Burma
  • ସଂ. ବି. ସ୍ତ୍ରୀ. (ଐରାବତ+ସ୍ତ୍ରୀ. ଈ) — [ଦ୍ର—ଐରାବତୀ ନଦୀ ହିମାଳଯର ପୂର୍ବପ୍ରାନ୍ତରୁ ବାହାରି ବ୍ରହ୍ମଦେଶ ବାଟେ ଦକ୍ଷିଣବାହିନୀ ହୋଇ ମାର୍ଟାବାନ୍ ସାଗରଠାରେ ବଙ୍ଗୋପସାଗରରେ ପଡିଅଛି। ଏହାର ମୁହାଣରେ ରେଙ୍ଗୁନ୍ ନଗର ଓ ବନ୍ଦର ଅବସ୍ଥିତ। ଏ ନଦୀରେ ବ୍ରହ୍ମଦେଶରୁ ବଡ଼ ବଡ ଶାଗୁଆନ୍ କାଠର ପଟାଳିମାନ ଅଣାଯାଏ। ମାଣ୍ଡାଲେ ବା ମନ୍ଦାଳୟ ନଗର ଏହାର ତୀରବର୍ତ୍ତୀ ଗୋଟିଏ ନଗର।]
  • ସଂ. ବି. ସ୍ତ୍ରୀ. (ଐରାବତ+ସ୍ତ୍ରୀ. ଈ) — ପଞ୍ଜାବଦେଶ—ନଦୀ; ରାବୀନଦୀ — The Rābī river
  • ସଂ. ବି. ସ୍ତ୍ରୀ. (ଐରାବତ+ସ୍ତ୍ରୀ. ଈ) — [ଦ୍ର—ଏହା ହିମାଳଯରୁ ବାହାରି ପଞ୍ଜାବ ଦେଶ ଦେଇ ସିନ୍ଧୁ— ନଦୀରେ ମିଶି ଆରବଉପସାଗରରେ ପଡିଅଛି। ଏହା ସିନ୍ଧୁ ନଦୀର ଗୋଟିଏ ଶାଖା ଅଟେ। ଲାହୋର ନଗର ଓ ଚମ୍ବା ରାଜ୍ୟ ଏ ନଦୀ ଉପରେ ଅବସ୍ଥିତ।]