ଅଡ଼ାଇବା Aṟḍ̠āibā

  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ପଛରେ ରହି ପଶୁମାନଙ୍କୁ ଆଗକୁ ଚାଳିତ କରିବା — To drive a beast or beasts from behind
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ସୁରଭି ପାଇଲେ ଘେନି ଯିବାଟି ଅଡ଼ାଇ। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ରଥ ବା ଶକଟରେ ଲାଗିଥିବା ଘୋଡ଼ା ଆଦିଙ୍କୁ ଚାଳିତ କରିବା; ହଙ୍କାଇବା — To drive a horse as a driver of a vehicle
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ଆପଣେ ବାଡ଼ି ଧରି ଘୋଡ଼ା ଅଡ଼ାଇଲେ। ସାରଳା ମହାଭାରତ, ବିରାଟ।
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ଶକଟାଦିରେ ଲାଗିଥିବା ପଶୁଙ୍କୁ ଚଳାଇବା ଦ୍ୱାରା ଶକଟକୁ ଏକ ପାଖକୁ ନେବା — To take a cart to one side by driving
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ଗୋରୁ ବାଛୁରି ଆଦିଙ୍କୁ ଜଗିବା — To tend cattle etc
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ଏଡ଼େ ଗରବ ଗୋପୀଙ୍କି ଘାଟ ମାଗୁ, ନନ୍ଦର ଗୋରୁ ଅଡ଼ାଇ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି ।
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ପଶୁ ଆଦିଙ୍କୁ କୌଣସି ସ୍ଥାନରୁ ତଡ଼ିଦେବା — To drive away cattle from any place
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — (ଯଥା—ବାଡ଼ିରେ ଗୋରୁ ପଶି ଫସଲ ଖାଇ ଯାଉଛନ୍ତି, ତାଙ୍କୁ ଅଡ଼ାଇ ଦିଅ ।)
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — [ଦ୍ର—ଅଡ଼ାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା ଓ ଯିବା କ୍ରିୟା ଲାଗେ ।]
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ପଶୁପକ୍ଷୀଆଦିଙ୍କୁ କୌଣସି ସ୍ଥାନରୁ ହୁରୁଡ଼ାଇ ଦେବା — To scare away birds and beasts
  • ଦେ. କ୍ରି. (ତା. ଅଡ଼ି=ଚଳାଇବା) — ଦିନେ ଦେହରେ କଣ୍ଟିଲା ମଶା ଯେ ଗୋଟିଏ / ଧୀରେ ଅଡ଼ାଇଣ ଦେଲେ ବାଳୁତ ତନୟେ। ସାରଳା ମହାଭାରତ, ଆଦି।