ହ୍ୱେଲ Hwel
- ବୈଦେ. ବି [ଇଂ] — ତିମି ମାଛ — Whale
- ବୈଦେ. ବି [ଇଂ] — [ଦ୍ର—ହ୍ୱେଲ୍ 80 / 90 ଫୁଟ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି। ଏ ମାଛଙ୍କ ଦେହର ଛାଲ ତଳେ ଚର୍ବିର ଖୁବ୍ ବହଳିଆ ସ୍ତର ଥାଏ। ଏମାନଙ୍କ ଆଗପାଖେ ଛାତି ଓ ପେଟ ମଧ୍ୟରେ ପାର୍ଶ୍ୱ ଦେଶରେ 2 ଟି ଡେଣା ଓ ଲାଞ୍ଜରେ ବଡ଼ ଡେଣା ଥାଏ। ଏ ଜୀବମାନେ ଅଣ୍ଡଜ ନୁଅନ୍ତି, ଜରାୟୁଜ ଅଟନ୍ତି। ହ୍ୱେଲ୍ ଛୁଆମାନେ ମାଆଠାରୁ ସ୍ତନ୍ଯପାନ କରନ୍ତି। ହ୍ୱେଲ୍ଙ୍କର ଖୁବ୍ ଛୋଟ କାନ ଅଛି। ଏମାନେ ଛୋଟ ଛୋଟ ମାଛ ଖାଆନ୍ତି। ଗାଲିସି ଛଡ଼ା ନିଶ୍ୱାସ ମାରିବା ପାଇଁ ଏମାନଙ୍କ ମୁଣ୍ଡ ଉପରେ 2 ଟି ରନ୍ଧ୍ର ଥାଏ; ଆଖି ଅତି କ୍ଷୁଦ୍ର; ପୃଥିବୀର ଉତ୍ତରାର୍ଦ୍ଧର ସମୁଦ୍ରରେ ବହୁତ ହ୍ୱେଲ୍ ମିଳନ୍ତି। ଏମାନଙ୍କ ଚର୍ବୀରୁ ମହମବତୀ ହୁଏ ଓ ଏମାନଙ୍କ ହାଡ଼ରେ ହାତି ଦାନ୍ତରେ ତିଆରି କରାଯିବା ପରି ଅନେକ ଦ୍ରବ୍ୟ କରାଯାଏ। ଲୋକେ ଜାହାଜରେ ଯାଇ ତେଣ୍ଟା ମାରି ଏମାନଙ୍କୁ ଶିକାର କରନ୍ତି। ଏମାନଙ୍କ ଅନ୍ତରୁ ଅମ୍ବର ନାମକ ସୁଗନ୍ଧଦ୍ରବ୍ୟ ମିଳେ। ଏହି ଅମ୍ବରସବୁ — [ଦ୍ର—ହ୍ୱେଲ୍80/90ଫୁଟ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି ଏ ମାଛଙ୍କ ଦେହର ଛାଲ ତଳେ ଚର୍ବିର ଖୁବ୍ ବହଳିଆ ସ୍ତର ଥାଏ ଏମାନଙ୍କ ଆଗପାଖେ ଛାତି ଓ ପେଟ ମଧ୍ୟରେ ପାର୍ଶ୍ୱ ଦେଶରେ2ଟି ଡେଣା ଓ ଲାଞ୍ଜରେ ବଡ଼ ଡେଣା ଥାଏ ଏ ଜୀବମାନେ ଅଣ୍ଡଜ ନୁଅନ୍ତି, ଜରାୟୁଜ ଅଟନ୍ତି ହ୍ୱେଲ୍ ଛୁଆମାନେ ମାଆଠାରୁ ସ୍ତନ୍ଯପାନ କରନ୍ତି ହ୍ୱେଲ୍ଙ୍କର ଖୁବ୍ ଛୋଟ କାନ ଅଛି ଏମାନେ ଛୋଟ ଛୋଟ ମାଛ ଖାଆନ୍ତି ଗାଲିସି ଛଡ଼ା ନିଶ୍ୱାସ ମାରିବା ପାଇଁ ଏମାନଙ୍କ ମୁଣ୍ଡ ଉପରେ2ଟି ରନ୍ଧ୍ର ଥାଏ; ଆଖି ଅତି କ୍ଷୁଦ୍ର; ପୃଥିବୀର ଉତ୍ତରାର୍ଦ୍ଧର ସମୁଦ୍ରରେ ବହୁତ ହ୍ୱେଲ୍ ମିଳନ୍ତି ଏମାନଙ୍କ ଚର୍ବୀରୁ ମହମବତୀ ହୁଏ ଓ ଏମାନଙ୍କ ହାଡ଼ରେ ହାତି ଦାନ୍ତରେ ତିଆରି କରାଯିବା ପରି ଅନେକ ଦ୍ରବ୍ୟ କରାଯାଏ ଲୋକେ ଜାହାଜରେ ଯାଇ ତେଣ୍ଟା ମାରି ଏମାନଙ୍କୁ ଶିକାର କରନ୍ତି ଏମାନଙ୍କ ଅନ୍ତରୁ ଅମ୍ବର ନାମକ ସୁଗନ୍ଧଦ୍ରବ୍ୟ ମିଳେ ଏହି ଅମ୍ବରସବୁ(ambergris)ହ୍ୱେଲଙ୍କ ଠାରୁ ବହିର୍ଗତ ହୋଇ ସମୁଦ୍ରରେ ଭାସି ଆସେ]