ହୈହେଯ Ha̲i̱heya
- ସଂ. ବି (ନାମ) — ପ୍ରାଚୀନ ଭାରତର ପଶ୍ଚିମଭାଗସ୍ଥ ଦେଶ ବିଶେଷ — Name of an ancient country in western India
- ସଂ. ବି (ନାମ) — ରାଜା କାର୍ତ୍ତବୀର୍ଯ୍ୟ (ହେମଚନ୍ଦ୍ର) (ଏ ହୈହୟ ଦେଶର ରାଜା ଥିବାରୁ) — King kārttabīrj̄ya of ancient India
- ସଂ. ବି (ନାମ) — ପ୍ରାଚୀନ ଭାରତର ରାଜବଂଶ ବିଶେଷ — Name of a royal dynasty of ancient India
- ସଂ. ବି (ନାମ) — [ଦ୍ର—ମହାଭାରତ, ହରିବଂଶ ଓ ଦେବୀ ଭାଗବତରେ ଭିନ୍ନ ଭିନ୍ନ ସ୍ଥାନରେ ବର୍ଣ୍ଣତ ଉପାଖ୍ୟାନମାନଙ୍କରୁ ହୈହୟ ବଂଶର ବିବରଣ ସଂକଳିତ ହୋଇପାରେ।
- ସଂ. ବି (ନାମ) — ଦେବୀ ଭାଗବାତ 6 ଷ୍ଠ ଅଧ୍ୟାୟ ( 16 ଶ ଠାରୁ 26 ଶ ଶ୍ଳୋକରେ) ବର୍ଣ୍ଣତ ହୋଇଅଛି ଯେ, ଚନ୍ଦ୍ରବଂଶୀୟ ରାଜା ଯଯାତି ତାଙ୍କ ଶ୍ୱଶୁର ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ ଫଳରେ ବାର୍ଦ୍ଧକ୍ୟ ଲଭିବାରୁ, ପିତାଙ୍କ ବାର୍ଦ୍ଧକ୍ୟକୁ ଗ୍ରହଣ କରି ତାଙ୍କ ଯୌବନକୁ ପିତାଙ୍କୁ ଦେବାକୁ ଯଯାତି ତାଙ୍କ ପୁଅ— ମାନଙ୍କୁ (ଶର୍ମିଷ୍ଠାଙ୍କ ଗର୍ଭଜାତ ଦ୍ରହ୍ୟ; ଅନୁ ଓ ପୁରୁ ଓ ଦେବଯାନୀଙ୍କ ଗର୍ଭଜାତ ତୁର୍ବସୁ ଓ ଯଦୁଙ୍କୁ) କହିଲେ। ଏ ପ୍ରସ୍ତାବରେ ଅନ୍ଯ ପୁତ୍ରମାନେ ରାଜି ହେଲେ ନାହିଁ, କିନ୍ତୁ ପୁରୁ ରାଜି ହୋଇ ପିତାଙ୍କ ବାର୍ଦ୍ଧକ୍ୟ ଗ୍ରହଣ କଲେ ଓ ପିତାଙ୍କୁ ଆପଣା ଯୌବନ ଦେଲେ। ଯଯାତି ପୁରୁଙ୍କ ଉପରେ ପ୍ରସନ୍ନ ଓ ହୋଇ ତାଙ୍କର ହସ୍ତିନାପୁର ସିଂହାସନ ପୁରୁଙ୍କୁ ଦେଲେ ଓ ପୁରୁ ପୈତୃକ ଅଂଶର ଅଧିକାରୀ ହେଲେ। ତୁର୍ବସୁ ରାଜ୍ୟର ଦକ୍ଷିଣପୂର୍ବ ଅଂଶ ପାଇଲେ, ଯଦୁ ଉତ୍ତର— ପୂର୍ବାଂଶ, ଦ୍ରହ୍ୟ ପଶ୍ଚିମାଂଶ ଓ ଅନୁ ଉତ୍ତରାଂଶ ପାଇଲେ। (ହରିବଂଶ 1 ମ ଅଧ୍ୟାୟ) — ଦେବୀ ଭାଗବାତ6ଷ୍ଠ ଅଧ୍ୟାୟ (16ଶ ଠାରୁ26ଶ ଶ୍ଳୋକରେ) ବର୍ଣ୍ଣତ ହୋଇଅଛି ଯେ, ଚନ୍ଦ୍ରବଂଶୀୟ ରାଜା ଯଯାତି ତାଙ୍କ ଶ୍ୱଶୁର ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ ଫଳରେ ବାର୍ଦ୍ଧକ୍ୟ ଲଭିବାରୁ, ପିତାଙ୍କ ବାର୍ଦ୍ଧକ୍ୟକୁ ଗ୍ରହଣ କରି ତାଙ୍କ ଯୌବନକୁ ପିତାଙ୍କୁ ଦେବାକୁ ଯଯାତି ତାଙ୍କ ପୁଅ— ମାନଙ୍କୁ (ଶର୍ମିଷ୍ଠାଙ୍କ ଗର୍ଭଜାତ ଦ୍ରହ୍ୟ; ଅନୁ ଓ ପୁରୁ ଓ ଦେବଯାନୀଙ୍କ ଗର୍ଭଜାତ ତୁର୍ବସୁ ଓ ଯଦୁଙ୍କୁ) କହିଲେ ଏ ପ୍ରସ୍ତାବରେ ଅନ୍ଯ ପୁତ୍ରମାନେ ରାଜି ହେଲେ ନାହିଁ, କିନ୍ତୁ ପୁରୁ ରାଜି ହୋଇ ପିତାଙ୍କ ବାର୍ଦ୍ଧକ୍ୟ ଗ୍ରହଣ କଲେ ଓ ପିତାଙ୍କୁ ଆପଣା ଯୌବନ ଦେଲେ ଯଯାତି ପୁରୁଙ୍କ ଉପରେ ପ୍ରସନ୍ନ ଓ ହୋଇ ତାଙ୍କର ହସ୍ତିନାପୁର ସିଂହାସନ ପୁରୁଙ୍କୁ ଦେଲେ ଓ ପୁରୁ ପୈତୃକ ଅଂଶର ଅଧିକାରୀ ହେଲେ ତୁର୍ବସୁ ରାଜ୍ୟର ଦକ୍ଷିଣପୂର୍ବ ଅଂଶ ପାଇଲେ, ଯଦୁ ଉତ୍ତର— ପୂର୍ବାଂଶ, ଦ୍ରହ୍ୟ ପଶ୍ଚିମାଂଶ ଓ ଅନୁ ଉତ୍ତରାଂଶ ପାଇଲେ (ହରିବଂଶ1ମ ଅଧ୍ୟାୟ)
- ସଂ. ବି (ନାମ) — ତୁର୍ବସୁ ଅପୁତ୍ରକ ଥିବାରୁ ଅରଣ୍ୟକୁ ଯାଇ ପୁତ୍ର ଲାଭାର୍ଥ ନାରାୟଣଙ୍କୁ ପ୍ରାର୍ଥନା କଲେ।
- ସଂ. ବି (ନାମ) — ଥରେ ସୂର୍ଯ୍ୟଙ୍କ ପୁତ୍ର ରେବନ୍ତ ଇନ୍ଦ୍ରଙ୍କ ଉଚ୍ଚୈଃଶ୍ରବା ଅଶ୍ୱ ଉପରେ ଚଢ଼ି ବିଷ୍ଣୁ ଦର୍ଶନାର୍ଥ ବୈକୁଣ୍ଠକୁ ଯାଉଥିଲେ। ଲକ୍ଷ୍ମୀ ସେ ଘୋଡ଼ାକୁ ଚାହିଁ ଏପରି ତନ୍ମୟା ହୋଇଥିଲେ ଯେ, ସେ ବିଷ୍ଣୁଙ୍କ ପ୍ରଶ୍ନର ଉତ୍ତର ଦେଲେ ନାହିଁ। ବିଷ୍ଣୁ କ୍ରୁଦ୍ଧ ହୋଇ ଲକ୍ଷ୍ମୀଙ୍କୁ ଶାପଦେଲେ। ସେହି ଶାପ ଫଳରେ ଲକ୍ଷ୍ମୀ କେତେକାଳ ଘୋଟକୀ (ହୟା) ହୋଇ ପୃଥିବୀରେ ବିଚରଣ କଲେ। ଲକ୍ଷ୍ମୀ ଘୋଟକୀ ରୂପେ ତମସା ଓ ଯମୁନା ସଙ୍ଗମ ସ୍ଥଳରେ ବିଚରଣ କରୁଥିଲେ। ମହାଦେବ ତାଙ୍କର ଏ ଦୁରବସ୍ଥା ଦେଖି ଦୟାର୍ଦ୍ର ହୋଇ ଏ ଦୁଃଖରୁ ଲକ୍ଷ୍ମୀଙ୍କୁ ମୁକ୍ତି ଦେବା ସକାଶେ ବିଷ୍ଣୁଙ୍କୁ ଅନୁରୋଧ କଲେ ଓ ବିଷ୍ଣୁ ସ୍ୱୀକୃତ ହେଲେ। ଏହି ସମୟରେ ତୁର୍ବସୁ ନାରାୟଣଙ୍କ ପରି ଗୋଟିଏ ପୁତ୍ର ଲାଭ କରିବାପାଇଁ ବିଷ୍ଣୁଙ୍କୁ ବର ମାଗିଲେ। ବିଷ୍ଣୁ ଅଶ୍ୱରୂପ ଧାରଣ କରି ଅଶ୍ୱିନୀରୂପିଣୀ ଲକ୍ଷ୍ମୀଙ୍କ ସଙ୍ଗେ ମିଳିତ ହେଲେ। ଏ ସଙ୍ଗମର ଫଳରେ ଗୋଟିଏ କୁମାର ଜନ୍ମଗ୍ରହଣ କଲେ ଓ ସନ୍ତାନଙ୍କ ଜନ୍ମପରେ ଲକ୍ଷ୍ମୀ ଓ ବିଷ୍ଣୁ ଯାଇ ବୈକୁଣ୍ଠରେ ବାସ କଲେ। ବିଷ୍ଣୁ ତୁର୍ବସୁଙ୍କୁ ଏହି କୁମାରଙ୍କୁ ଦାନ କଲେ। ତାଙ୍କୁ ଏକବୀର ନାମ ଦିଆଗଲା। ହୟା ଓ ହୟଙ୍କ ସଙ୍ଗମରୁ ଜାତ ହୋଇଥିବାରୁ ତାଙ୍କର ଅନ୍ଯ ନାମ ହୈହୟ ହେଲା। ସେ ତୁର୍ବସୁଙ୍କ ସିଂହାସନ ଆରୋହଣ କଲେ ଓ ତାଙ୍କ ନାମ ଅନୁସାରେ ସେହି ରାଜବଂଶର ନାମ ହୈହୟ ବଂଶ ହେଲା। ଏ ରୈଭ୍ୟଙ୍କ କନ୍ଯା ଏକବଳୀଙ୍କୁ ବିବାହ କଲେ ଓ ଏ କନ୍ୟାକୁ ହରଣ କରିବାକୁ ଉଦ୍ୟତ କାଳକେତୁ ରାକ୍ଷସକୁ ବଧ କଲେ।
- ସଂ. ବି (ନାମ) — ଏ ଏକବୀରଙ୍କ ପୁତ୍ର କୃତବୀର୍ଯ୍ୟ ଓ କୃତବୀର୍ଯ୍ୟଙ୍କ ପୁତ୍ର କାର୍ତ୍ତବୀର୍ଯ୍ୟ। (ଧର୍ମରାଜ୍ୟ ନାମକ ଇଂରାଜ ପତ୍ରିକାର 7। 12। 39 ତାରିଖର ସଂଖ୍ୟାରୁ ସଙ୍କଳିତ)।] — ଏ ଏକବୀରଙ୍କ ପୁତ୍ର କୃତବୀର୍ଯ୍ୟ ଓ କୃତବୀର୍ଯ୍ୟଙ୍କ ପୁତ୍ର କାର୍ତ୍ତବୀର୍ଯ୍ୟ (ଧର୍ମରାଜ୍ୟ ନାମକ ଇଂରାଜ ପତ୍ରିକାର7 12 39ତାରିଖର ସଂଖ୍ୟାରୁ ସଙ୍କଳିତ)]