ହେଁସ Heñsa

  • ଦେ. ବି—(ସଂ. ସଂସ୍ତର) — ମୁନ୍ଦୁରା; ବଡ଼ ତୃଣାସନ — Big mat of grass reed
  • ଦେ. ବି—(ସଂ. ସଂସ୍ତର) — [ଦ୍ର—ବେରୁହାଁ, ଜୁଣ, ବେଣା, ତେଲଙ୍ଗା ଓ ସନ୍ତରା ଆଦି ତୃଣକୁ ଶୁଖାଇ ଝୋଟ ବା ଛଣପଟ ଦଉଡ଼ା ଦ୍ୱାରା ହେଁସ ବୁଣାଯାଏ। ଚାରି ଆଙ୍ଗୁଳ ଛଡ଼ା ଛଡ଼ା ଅଗରେ ଟେକା (ବାଣିପଥର ବା ଡେଣୁଆଁ) ଝୁଲା ଯାଇଥିବା ଗୁଡ଼ିଏ ଦଉଡ଼ି ବା ବାଣିକୁ ଯୋଡ଼ ଯୋଡ଼ କରି ଗୋଟିଏ ଲମ୍ବ କାଠ (ବେଁ, ବେଅ) ଉପରେ ଝୁଲାଇ ଏହି ବେରୁହାଁକୁ କେରା କେରା କରି ବେଁ ଉପରେ ଲମ୍ବ ବାଗରେ ପାରିବାକୁ ହୁଏ। ଅଗରେ ଡେଣୁଆ ଝୁଲୁଥିବା ଯୋଡ଼ି ଦଉଡ଼ା ବା ବାଣିମାନଙ୍କୁ ଯଥାକ୍ରମେ ପାଖରୁ ସେ ପାଖକୁ ଆଣିବାକୁ ହୁଏ। ଏହିପରି ଭାବରେ ହେଁସ ବୁଣାଯାଏ। ଗରିବଲୋକେ ଏହି ହେଁସକୁ ଶଯ୍ୟାରୂପେ ବ୍ଯବହାର କରନ୍ତି ଓ ଶୀତଦିନେ ଶୋଇଲାବେଳେ ଘୋଡ଼ି ହୁଅନ୍ତି। ଚଷା, ମୂଲିଆ ଓ ଗରିବ ଲୋକମାନେ ଅବସର ସମୟରେ ଝୋଟରେ ଗୁଡ଼ିଏ ବାଣି କାଟି ରଖି ଥାଆନ୍ତି ଓ ଗୁଡ଼ିଏ ବେରୁହାଁ ବା ସନ୍ତରା କାଟି ଆଣି ଶୁଖାଇ କରି ରଖି ଥାଆନ୍ତି। ବର୍ଷାଦିନେ ଚାଷ ଧନ୍ଦା ନ ଥିବା ସମୟରେ ଦୁଇଟି ଖୁଣ୍ଟିରେ ପ୍ରାୟ 1 ଫୁଟ୍ ଉଚ୍ଚ କରି ବେଅଁଟିକୁ ଆଡ଼ ବାଗରେ ବାନ୍ଧି ସେଥିରେ ଡେଣୁଆ— ଲଗା ବାଣିଗୁଡ଼ିକ ଯୋଡ଼ା ଯୋଡ଼ା କରି 3।4 ଆଙ୍ଗୁଳ ଛଡ଼ାରେ ଝୁଲାଇ ଦିଅନ୍ତ ଓ କାମ ନ ଥିଲାବେଳେ ହେଁସ ବୁଣିବା କାମରେ ଲାଗନ୍ତି। କ୍ରମେ କ୍ରମେ ମାସେ ଖଣ୍ଡକ ମଧ୍ୟରେ ହେଁସଟିଏ ବୁଣା ସରିଯାଏ। — [ଦ୍ର—ବେରୁହାଁ, ଜୁଣ, ବେଣା, ତେଲଙ୍ଗା ଓ ସନ୍ତରା ଆଦି ତୃଣକୁ ଶୁଖାଇ ଝୋଟ ବା ଛଣପଟ ଦଉଡ଼ା ଦ୍ୱାରା ହେଁସ ବୁଣାଯାଏ ଚାରି ଆଙ୍ଗୁଳ ଛଡ଼ା ଛଡ଼ା ଅଗରେ ଟେକା (ବାଣିପଥର ବା ଡେଣୁଆଁ) ଝୁଲା ଯାଇଥିବା ଗୁଡ଼ିଏ ଦଉଡ଼ି ବା ବାଣିକୁ ଯୋଡ଼ ଯୋଡ଼ କରି ଗୋଟିଏ ଲମ୍ବ କାଠ (ବେଁ, ବେଅ) ଉପରେ ଝୁଲାଇ ଏହି ବେରୁହାଁକୁ କେରା କେରା କରି ବେଁ ଉପରେ ଲମ୍ବ ବାଗରେ ପାରିବାକୁ ହୁଏ ଅଗରେ ଡେଣୁଆ ଝୁଲୁଥିବା ଯୋଡ଼ି ଦଉଡ଼ା ବା ବାଣିମାନଙ୍କୁ ଯଥାକ୍ରମେ ପାଖରୁ ସେ ପାଖକୁ ଆଣିବାକୁ ହୁଏ ଏହିପରି ଭାବରେ ହେଁସ ବୁଣାଯାଏ ଗରିବଲୋକେ ଏହି ହେଁସକୁ ଶଯ୍ୟାରୂପେ ବ୍ଯବହାର କରନ୍ତି ଓ ଶୀତଦିନେ ଶୋଇଲାବେଳେ ଘୋଡ଼ି ହୁଅନ୍ତି ଚଷା, ମୂଲିଆ ଓ ଗରିବ ଲୋକମାନେ ଅବସର ସମୟରେ ଝୋଟରେ ଗୁଡ଼ିଏ ବାଣି କାଟି ରଖି ଥାଆନ୍ତି ଓ ଗୁଡ଼ିଏ ବେରୁହାଁ ବା ସନ୍ତରା କାଟି ଆଣି ଶୁଖାଇ କରି ରଖି ଥାଆନ୍ତି ବର୍ଷାଦିନେ ଚାଷ ଧନ୍ଦା ନ ଥିବା ସମୟରେ ଦୁଇଟି ଖୁଣ୍ଟିରେ ପ୍ରାୟ1ଫୁଟ୍ ଉଚ୍ଚ କରି ବେଅଁଟିକୁ ଆଡ଼ ବାଗରେ ବାନ୍ଧି ସେଥିରେ ଡେଣୁଆ— ଲଗା ବାଣିଗୁଡ଼ିକ ଯୋଡ଼ା ଯୋଡ଼ା କରି34ଆଙ୍ଗୁଳ ଛଡ଼ାରେ ଝୁଲାଇ ଦିଅନ୍ତ ଓ କାମ ନ ଥିଲାବେଳେ ହେଁସ ବୁଣିବା କାମରେ ଲାଗନ୍ତି କ୍ରମେ କ୍ରମେ ମାସେ ଖଣ୍ଡକ ମଧ୍ୟରେ ହେଁସଟିଏ ବୁଣା ସରିଯାଏ
  • ଦେ. ବି—(ସଂ. ସଂସ୍ତର) — ହେଁସର ଲମ୍ବ 5।6 ହାତ ଓ ଚଉଡ଼ା ପ୍ରାୟ 4 ହାତ କରାଯାଏ। ଯେଉଁ ହେଁସକୁ ଯେତେ ଲମ୍ବ କରିବାକୁ ହୁଏ ସେହି ଲମ୍ବର ଦୁଇଗୁଣ ଲମ୍ବ ଗୋଟିଏ ଲେଖାଏଁ ବାଣିକୁ ଡେଣୁଆରେ ଗୁଡ଼ାଇ ଫାସ ଦେଇ ବେଅଁ ଦେହରେ ବିପରୀତ ଦିଗକୁ ଛନ୍ଦି କରି ଯୋଡ଼ିଏ ଲେଖାଏଁ ଝୁଲାଇ ଦିଆଯାଏ ଓ କେରାଏ ଜୁଣ ବା ବେରୁଆଁକୁ ବେଅଁ ଉପରେ ପାରି ଦେଇ ଗୋଟିଏ ଛାଡ଼ିଗୋଟିଏ କରି ଉକ୍ତ ବାଣିପଥର— ମାନଙ୍କୁ ଯଥାକ୍ରମେ ଏ ପାଖରୁ ସେ ପାଖକୁ ଓ ସେ ପାଖରୁ ଏ ପାଖକୁ ଆଣିଲେ ଦୁଇ ବାଣିର ମଧ୍ୟବର୍ତ୍ତୀ ଜୁଣ କେରାକ ଦୃଢ଼ବଦ୍ଧ ହୋଇ ରହେ। ଏହିପରି କରୁ କରୁ ବାଣି ସରିଗଲେ ଡେଣୁଆଁରୁ ଫାସ ହୁଗାଳି ଦେଲାରୁ ବାଣି ଦଉଡ଼ି ଲମ୍ବ ହୋଇଯାଉଥାଏ। — ହେଁସର ଲମ୍ବ56ହାତ ଓ ଚଉଡ଼ା ପ୍ରାୟ4ହାତ କରାଯାଏ ଯେଉଁ ହେଁସକୁ ଯେତେ ଲମ୍ବ କରିବାକୁ ହୁଏ ସେହି ଲମ୍ବର ଦୁଇଗୁଣ ଲମ୍ବ ଗୋଟିଏ ଲେଖାଏଁ ବାଣିକୁ ଡେଣୁଆରେ ଗୁଡ଼ାଇ ଫାସ ଦେଇ ବେଅଁ ଦେହରେ ବିପରୀତ ଦିଗକୁ ଛନ୍ଦି କରି ଯୋଡ଼ିଏ ଲେଖାଏଁ ଝୁଲାଇ ଦିଆଯାଏ ଓ କେରାଏ ଜୁଣ ବା ବେରୁଆଁକୁ ବେଅଁ ଉପରେ ପାରି ଦେଇ ଗୋଟିଏ ଛାଡ଼ିଗୋଟିଏ କରି ଉକ୍ତ ବାଣିପଥର— ମାନଙ୍କୁ ଯଥାକ୍ରମେ ଏ ପାଖରୁ ସେ ପାଖକୁ ଓ ସେ ପାଖରୁ ଏ ପାଖକୁ ଆଣିଲେ ଦୁଇ ବାଣିର ମଧ୍ୟବର୍ତ୍ତୀ ଜୁଣ କେରାକ ଦୃଢ଼ବଦ୍ଧ ହୋଇ ରହେ ଏହିପରି କରୁ କରୁ ବାଣି ସରିଗଲେ ଡେଣୁଆଁରୁ ଫାସ ହୁଗାଳି ଦେଲାରୁ ବାଣି ଦଉଡ଼ି ଲମ୍ବ ହୋଇଯାଉଥାଏ
  • ଦେ. ବି—(ସଂ. ସଂସ୍ତର) — ସାଧାରଣତଃ ହେଁସ ମସୃଣ ନ ହୋଇ କର୍କଶ ହୋଇ ଥାଏ ଓ ତା ଉପରେ ଲୁଗା ବା ଅନ୍ଯ କୌଣସି ଆସ୍ତରଣ ନ ପକାଇ ଶୋଇଲେ ଦେହକୁ କାଟେ। ହେଁସ ବହୁକାଳ ସ୍ଥାୟୀ ଓ ସ୍ଥୂଳ ବ୍ଯବହାର ସହିପାରେ। ଗରିବ ଲୋକେ ହେଁସରେ ଶୁଅନ୍ତି ଓ ଶୀତକାଳରେ ଘୋଡ଼ାଇ ହୁଅନ୍ତି। ହାଟୁଆମାନଙ୍କ ଜାତିଭାଇମାନଙ୍କ ବଇଠକିରେ ହେଁସକୁ ଭୂଇଁରେ ବିଛାଇ ଦିଅନ୍ତି। ହେଁସ ଉପରେ ମଧ୍ୟ ଉଷୁଆଁ ଧାନ ଓ ଅନ୍ଯ ଦ୍ରବ୍ୟମାନ ଖରାରେ ଶୁଖାଯାଏ। ହେଁସର ବ୍ଯବହାର ହେଉ ନ ଥିବାବେଳେ ହେଁସକୁ ଭୂଇଁରୁ ଉଠାଇ ଗୁଡ଼ାଇ— ଦେଇ ଘରକଣରେ କାନ୍ଥକୁ ଡେରିଦେଇ ରଖନ୍ତି। ଅଥବା ଘରର ଚାଳର ଭିତରପାଖରେ ଟାଙ୍ଗିଦିଅନ୍ତି। ଅଶୌଚ ଆଦିର ଶୁଦ୍ଧି ହେବା ସମୟରେ ହେଁସକୁ ନେଇ ପାଣିରେ ଧୋଇ ଖରାରେ ଶୁଖାଇ ଦିଅନ୍ତି। ହେଁସକୁ ଲମ୍ବକରି ଘରେ ବିଛାଇ ଦେଲେ ତହିଁରେ ପରିବାରର ଆବାଳବୃଦ୍ଧ— ବନିତା 5। 7। 10 ଜଣ ଶୋଇ ପାରନ୍ତି। — ସାଧାରଣତଃ ହେଁସ ମସୃଣ ନ ହୋଇ କର୍କଶ ହୋଇ ଥାଏ ଓ ତା ଉପରେ ଲୁଗା ବା ଅନ୍ଯ କୌଣସି ଆସ୍ତରଣ ନ ପକାଇ ଶୋଇଲେ ଦେହକୁ କାଟେ ହେଁସ ବହୁକାଳ ସ୍ଥାୟୀ ଓ ସ୍ଥୂଳ ବ୍ଯବହାର ସହିପାରେ ଗରିବ ଲୋକେ ହେଁସରେ ଶୁଅନ୍ତି ଓ ଶୀତକାଳରେ ଘୋଡ଼ାଇ ହୁଅନ୍ତି ହାଟୁଆମାନଙ୍କ ଜାତିଭାଇମାନଙ୍କ ବଇଠକିରେ ହେଁସକୁ ଭୂଇଁରେ ବିଛାଇ ଦିଅନ୍ତି ହେଁସ ଉପରେ ମଧ୍ୟ ଉଷୁଆଁ ଧାନ ଓ ଅନ୍ଯ ଦ୍ରବ୍ୟମାନ ଖରାରେ ଶୁଖାଯାଏ ହେଁସର ବ୍ଯବହାର ହେଉ ନ ଥିବାବେଳେ ହେଁସକୁ ଭୂଇଁରୁ ଉଠାଇ ଗୁଡ଼ାଇ— ଦେଇ ଘରକଣରେ କାନ୍ଥକୁ ଡେରିଦେଇ ରଖନ୍ତି ଅଥବା ଘରର ଚାଳର ଭିତରପାଖରେ ଟାଙ୍ଗିଦିଅନ୍ତି ଅଶୌଚ ଆଦିର ଶୁଦ୍ଧି ହେବା ସମୟରେ ହେଁସକୁ ନେଇ ପାଣିରେ ଧୋଇ ଖରାରେ ଶୁଖାଇ ଦିଅନ୍ତି ହେଁସକୁ ଲମ୍ବକରି ଘରେ ବିଛାଇ ଦେଲେ ତହିଁରେ ପରିବାରର ଆବାଳବୃଦ୍ଧ— ବନିତା5 7 10ଜଣ ଶୋଇ ପାରନ୍ତି
  • ଦେ. ବି—(ସଂ. ସଂସ୍ତର) — ହେଁସଶବ୍ଦଯୁକ୍ତ ପ୍ରବଚନ— 1 । ଆଲୋ ମୁତୁରୀ! ଶୋଇବା, ତୁ ତ ମୁତୁରୀ, ମୁଁ ତ ମୁତୁରୀ, ହେଁସ କାହିଁପାଇଁ ଧୋଇବା?—ପ୍ରବଚନ। 2 । ଘରପରିଗୁଣେ ବିଲେଇ ଦାରୀ, ଶୁଅନ୍ତି ହେଁସ କତରା ପାରି—ପ୍ରବଚନ। 3 । ଏଣୁ ଅଇଲି, ତେଣୁ ଅଇଲି ହେଁସକାନି ଧରି (କପାଳେ ଥିଲାକୁ) ପୁଅ ବେଇଲି— ବ୍ୟଙ୍ଗ୍ୟ ପ୍ରବଚନ। 4 । ହେଁସ କାନି ଧରି (କୁଣ୍ଢାଇ) ପୁଅ ବେଇବା ନ୍ଯାୟ।] — ହେଁସଶବ୍ଦଯୁକ୍ତ ପ୍ରବଚନ—1 ଆଲୋ ମୁତୁରୀ! ଶୋଇବା, ତୁ ତ ମୁତୁରୀ, ମୁଁ ତ ମୁତୁରୀ, ହେଁସ କାହିଁପାଇଁ ଧୋଇବା?—ପ୍ରବଚନ2 ଘରପରିଗୁଣେ ବିଲେଇ ଦାରୀ, ଶୁଅନ୍ତି ହେଁସ କତରା ପାରି—ପ୍ରବଚନ3 ଏଣୁ ଅଇଲି, ତେଣୁ ଅଇଲି ହେଁସକାନି ଧରି (କପାଳେ ଥିଲାକୁ) ପୁଅ ବେଇଲି— ବ୍ୟଙ୍ଗ୍ୟ ପ୍ରବଚନ4 ହେଁସ କାନି ଧରି (କୁଣ୍ଢାଇ) ପୁଅ ବେଇବା ନ୍ଯାୟ]