ହୃଦୟ Hṛudaya

  • ସଂ. ବି—(ହୃ. ଧାତୁ+କର୍ତ୍ତୃ ଅୟ; 'ଦ' ଆଗମ, ନିପାତନ) — ହୃତ୍ (ଦେଖ) — Hṛut (See)
  • ସଂ. ବି—(ହୃ. ଧାତୁ+କର୍ତ୍ତୃ ଅୟ; 'ଦ' ଆଗମ, ନିପାତନ) — (ଦ୍ର—ଏହା ଦୟା, ପ୍ରେମ, ସ୍ନେହ, ନିଷ୍ଠୁରତା, ଶୋକ ଆଦିର ସ୍ଥାନ ବୋଲି କଳ୍ପିତ। ଏହାର ସାଧାରଣ ନାମ କଲିଜା। ଏହିଠାରେ ଖାଦ୍ୟରୁ ଗୃହୀତ ଓ ଶୋଧିତ ରକ୍ତ ସଂଗୃହୀତ ହୋଇ ଏହିଠାରୁ ନାଡ଼ୀମାନଙ୍କ ଦ୍ୱାରା ସମଗ୍ର ଶରୀରକୁ ଯାଏ। ଏ ଯନ୍ତ୍ରର ସର୍ବଦା ସ୍ପନ୍ଦନ ହେଉଥାଏ। ସ୍ପନ୍ଦନ ବନ୍ଦ ହେଲେ ମୃତ୍ୟୁ ହୁଏ।)
  • ଦେ. ବି — ଦୟାପ୍ରବଣତା; ପରଦୁଃଖ— କାତରତା — Kindness or softness of heart
  • ଦେ. ବି — ଧୈର୍ଯ୍ୟ — Patience
  • ଦେ. ବି — (ଉ—ରାଜ୍ୟ ପାଇଁକି ଭାଇମାନଙ୍କର କ୍ଷୟ, କରାଇ ଧରି ନ ପାରିବି ମୁଁ ହୃଦୟ—କୃଷ୍ଣସିଂହ, ମହାଭାରତ, ଶାନ୍ତି।)
  • ଦେ. ବି — ବିବେକ — Conscience
  • ଦେ. ବି — ଅତ୍ୟନ୍ତ ପ୍ରିୟ ବ୍ଯକ୍ତି — Very dear person