ହୁକା Hukā

  • ବୈଦେ. ବି. (ଫା. ହୁକ୍କା) — ଗୁଡ଼ାଖୁ ଧୁଆଁ ପିଇବା ପାଇ ବ୍ଯବହୃତ ନଳଯୁକ୍ତ ଯନ୍ତ୍ର; ଗୁଡ଼୍ଗୁଡ଼ି — A hookāh; hubble bubble; a pipe for smoking tobacco
  • ବୈଦେ. ବି. (ଫା. ହୁକ୍କା) — ଅଫିମ ବା ମଦତ୍ ଧୁଆଁ ପିଇବା ପାଇଁ ବ୍ଯବହୃତ ନଳଯୁକ୍ତ ଯନ୍ତ୍ର — A pipe for smoking opium
  • ବୈଦେ. ବି. (ଫା. ହୁକ୍କା) — [ଦ୍ର—ଧୁଆଁପତ୍ରର ଧୁଆଁ କଡ଼ା ଥିବାରୁ ଧୂଆଁପତ୍ରକୁ ଗୁଣ୍ଡା କରି ସେଥିରେ ଗୁଡ଼ ଓ କେତେକ ମସଲା ମିଶାଇ ଗୁଡ଼ାଖୁ (ବଂ. ତାମାକ୍) ନାମକ ଏକ ପ୍ରକାର କାଦୁଆ ଦ୍ରବ୍ୟ ପ୍ରସ୍ତୁତ କରାଯାଏ। ଏହି ଗୁଡ଼ାଖୁକୁ ଗୋଟିଏ ମାଟିର କାହାଳି ବା ଚିଲମ୍ (ବଂ. କଲ୍କେ, ଚିଲିମ୍) ଭିତରେ ରଖି ତହିଁରେ ଅଙ୍ଗାର ବା ଅଙ୍ଗାର ଗୁଣ୍ଡି ନିର୍ମିତ ପିଠା (ଟିକିଆ) ଦେଇ ଅଗ୍ନି ସଂଯୋଗ କରାଯାଏ। ସେହି ଚିଲମ୍ର ତଳେ ବା ଗାଣ୍ଡି ଆଡ଼େ ଗୋଟିଏ ଛିଦ୍ର ଥାଏ। ସେହି ଚିଲମକୁ ଗୋଟିଏ ନଳ (ବଂ. ନଲ୍) ଉପରେ ବସାଇବାକୁ ହୁଏ। ସେ ନଳର ତଳମୁଣ୍ଡ ବା ନାଳିଚା ଗୋଟିଏ ଫମ୍ପା ନଡ଼ିଆ (ବଂ. ଖୋଲ୍, ମାଲା) ମଧ୍ୟରେ ଥିବା ପାଣିରେ ବୁଡ଼ି ଥାଏ। ସେହି ନଡ଼ିଆର ଅଧଯାଏ ପାଣି ପୁରା ଯାଇଥାଏ ଓ ନଡ଼ିଆର ଗୋଟିଏ ପାର୍ଶ୍ୱରେ ଗୋଟିଏ କଣା କରାଯାଇ ଥାଏ। ସେହି ଛିଦ୍ରରେ କେହି କେହି ମୁହଁ ଲଗାଇ ଧୁଆଁ ଶୋଷନ୍ତି ଓ କେହି କେହି ସେହି ଛିଦ୍ରରେ ଖଣ୍ଡିଏ ସରୁ ଛୋଟ ନଳି (ବଂ. ସଟ୍କା) ଗୁଞ୍ଜି ସେହି ନଳକୁ ଚୁଚୁମିଲେ ନଡ଼ିଆରେ ପାଣି ନ ଥିବା ଉପର ଅଂଶରେ ଚିଲମରେ ଥିବା ଗୁଡ଼ାଖୁ ପୋଡ଼ି ଯାଇ ତହିଁରେ ଧୁଆଁ ନଳ ବାଟେ ଆସି ନଡ଼ିଆରେ ଥିବା ପାଣି ଉପରକୁ ଗୁଡ଼୍ଗୁଡ୍ ଶବ୍ଦ କରି ଉଠି ଆସେ ଓ ନଡ଼ିଆର ପାର୍ଶ୍ୱସ୍ଥ ଛିଦ୍ର ବାଟେ ତାହା ପାଟିକୁ ଆସେ। ଏତଦ୍ଦ୍ୱାରା ଗୁଡ଼ାଖୁ ଧୁଆଁର ମିଷ୍ଟ ସ୍ୱାଦ ମନୁଷ୍ୟ ଭୋଗ କରେ। ହୁକା ଟାଣିବା ବେଳେ ଚିଲମର ଧୁଆଁ ନାଳିଚା ବାଟେ ନଡ଼ିଆର ପାଣି ଭିତର ଦେଇ ଉଠିବା ବେଳେ ଗୁଡ୍ଗୁଡ୍ ଶବ୍ଦ ହୁଏ।
  • ବୈଦେ. ବି. (ଫା. ହୁକ୍କା) — ହୁକା ସାଧାରଣତଃ 2 । ପ୍ରକାରର— 1 । ନଡ଼ିଆ ହୁକା— ଏହାର ଗାଣ୍ଡି ନ ଥିବାରୁ ଏହାକୁ ତଳେ ରଖି ଦେଲେ ଏହା ଢଳି ପଡ଼େ। ଏଥିପାଇଁ ଗୋଟିଏ ନଡ଼ିଆ ସମ୍ଭାଇବା ଭଳି ପାତ୍ର ଆକୃତିର ବଇଠକି ଦରକାର ହୁଏ। 2 । ଅଲ— ବଲ୍ଲା ହୁକା—ଏଥିରେ ନଡ଼ିଆ—ଜଳାଧାର ପରିବର୍ତ୍ତେ ଧାତୁ— ନିର୍ମିତ ସମତଳ ଆଧାର ବ୍ଯବହୃତ ହୁଏ ଓ ଏଥିରେ ସଟ୍କା ପରିବର୍ତ୍ତେ ଗୋଟିଏ ଲମ୍ବ ଓ ନମନୀୟ ନଳ ଲାଗିଥାଏ। ନଡ଼ିଆ ହୁକାକୁ ମନୁଷ୍ୟ ହାତରେ ନ ଧରିଲେ ଧୂମପାନ କରି ପାରନ୍ତି ନାହିଁ, କିନ୍ତୁ ଅଲବଲ୍ଲା ହୁକାକୁ ତଳେ ଥୋଇ ଖଣ୍ଡଦୂର ଛଡ଼ାରେ ବସି ବା ଶୋଇ ଧୂମପାନ ସୁଖ ଉପଭୋଗ କରାଯାଏ। — ହୁକା ସାଧାରଣତଃ2 ପ୍ରକାରର—1 ନଡ଼ିଆ ହୁକା— ଏହାର ଗାଣ୍ଡି ନ ଥିବାରୁ ଏହାକୁ ତଳେ ରଖି ଦେଲେ ଏହା ଢଳି ପଡ଼େ ଏଥିପାଇଁ ଗୋଟିଏ ନଡ଼ିଆ ସମ୍ଭାଇବା ଭଳି ପାତ୍ର ଆକୃତିର ବଇଠକି ଦରକାର ହୁଏ2 ଅଲ— ବଲ୍ଲା ହୁକା—ଏଥିରେ ନଡ଼ିଆ—ଜଳାଧାର ପରିବର୍ତ୍ତେ ଧାତୁ— ନିର୍ମିତ ସମତଳ ଆଧାର ବ୍ଯବହୃତ ହୁଏ ଓ ଏଥିରେ ସଟ୍କା ପରିବର୍ତ୍ତେ ଗୋଟିଏ ଲମ୍ବ ଓ ନମନୀୟ ନଳ ଲାଗିଥାଏ ନଡ଼ିଆ ହୁକାକୁ ମନୁଷ୍ୟ ହାତରେ ନ ଧରିଲେ ଧୂମପାନ କରି ପାରନ୍ତି ନାହିଁ, କିନ୍ତୁ ଅଲବଲ୍ଲା ହୁକାକୁ ତଳେ ଥୋଇ ଖଣ୍ଡଦୂର ଛଡ଼ାରେ ବସି ବା ଶୋଇ ଧୂମପାନ ସୁଖ ଉପଭୋଗ କରାଯାଏ
  • ବୈଦେ. ବି. (ଫା. ହୁକ୍କା) — ଅଫିମକୁ ପୋଡ଼ା ପିଜୁଳି ପତ୍ର ସଙ୍ଗେ ନିଆଁରେ ରାନ୍ଧି 'ମଦତ୍' ବା 'ଗୁଲି' ନାମକ' ଗୁଳା (ସଂ. ଗୋଳକ) ତିଆରି କରାଯାଏ। ଏହି ଗୁଲି ଖାଇବା ପାଇଁ ଯେଉଁ ହୁକା ବ୍ଯବହୃତ ହୁଏ ତହିଁର ଚିଲମ୍ ଗୁଡ଼ାଖୁ ଚିଲମ ପରି ଛତ୍ରାକାର ନ ହୋଇ ତାହାର ସରୁଆ ମୁହିଁରେ ଗୋଟିଏ ମାତ୍ର ଛିଦ୍ର ଥାଏ ଓ ସଟକା ପରିବର୍ତ୍ତରେ ଗୋଟିଏ ଲମ୍ବ ସିଧା ନଳ ସେଥିରେ ଲାଗିଥାଏ। ମଦତ୍ର ଗୋଟିଏ ଛିଟା ବା ଗୁଳାକୁ ଚିଲମର ଅଗର ଛିଦ୍ର ଉପରେ ରଖି ତହିଁରେ ଲମ୍ବ ଟିକିଆ ଦ୍ୱାରା ଅଗ୍ନି ସଂଯୋଗ କଲା ବେଳେ ଗୁଲି ଖାଇବା ଲୋକ ବଡ଼ ସଟ୍କାରେ ମୁହଁ ଲଗାଇ ଶୋଷି ନିଏ ଓ ମଦତ୍ରୁ ନିର୍ଗତ ଧୁଆଁ ସେ ନଳ ବାଟେ ପାଟିକୁ ଯାଏ।
  • ବୈଦେ. ବି. (ଫା. ହୁକ୍କା) — ହୁକାର ଭିନ୍ନ ଭିନ୍ନ ଅଙ୍ଗ ଓ ଉପକରଣ:
  • ବୈଦେ. ବି. (ଫା. ହୁକ୍କା) — କାହାଳି, ଚିଲମ (ବଂ. କଲ୍କେ, କଲିକା) ଧାତୁରା ଫୁଲ ଆକୃତି ବିଶିଷ୍ଟ, ତଳେ ଛିଦ୍ର ଥିବା ମାଟିର ପାତ୍ର।
  • ବୈଦେ. ବି. (ଫା. ହୁକ୍କା) — ଠିକିରି (ବଂ. ଠିକ୍ରି), ଚିଲମର ନିମ୍ନସ୍ଥ ଛିଦ୍ରର ମୁହଁରେ ଦିଆଯିବା ଗୋଡ଼ି ବା ଖପରା। ଏହା ଥିବାରୁ ଚିଲମର ଛିଦ୍ର ମଧ୍ୟକୁ ଗୁଡ଼ାଖୁ ବା ନିଆଁ ପଶିଯାଏ ନାହିଁ।
  • ବୈଦେ. ବି. (ଫା. ହୁକ୍କା) — ଟିକିଆ (ବଂ. ଟିକିୟା), ଅଙ୍ଗାରଗୁଣ୍ଡା ସଙ୍ଗେ ପେଜ ମିଶାଇ ଶୁଖା ଯାଇଥିବା ପିଠା। ଏଥିରେ ଚଞ୍ଚଳ ନିଆଁ ଧରେ ଓ ଚିଲମରେ ଗୁଡ଼ାଖୁ ରଖି ତା ଉପରେ ଖଣ୍ଡିକେତେ ଟିକିଆ ରଖି ନିଆଁ ଲଗାଇ ଦେଲେ ଶୀଘ୍ର ସମୁଦାୟ ଟିକିଆରେ ନିଆଁ ଲାଗି ଗୁଡ଼ାଖୁ ପୋଡ଼ି ଯାଏ।
  • ବୈଦେ. ବି. (ଫା. ହୁକ୍କା) — ନଳ, ନଳି, ନଳିଚା (ବଂ. ନଲିଚା, ନଲ୍ଚେ), ଗୋଟିଏ କାଠର ସରୁ ନଳ। ଏହାର ମୁଣ୍ଡ ପାଖକୁ ଚିଲମର ନିମ୍ନସ୍ଥ ଛିଦ୍ରରେ ଗୁଞ୍ଜିବାକୁ ହୁଏ ଓ ତଳ ପାଖଟି ନଡ଼ିଆରେ ପଶି ଥାଏ।
  • ବୈଦେ. ବି. (ଫା. ହୁକ୍କା) — ନଡ଼ିଆ (ବଂ. ଖୋଲ, ମାଲା), ଗୋଟିଏ ନଡ଼ିଆ ଭିତରୁ ଶସଯାକ କୋରା ହୋଇ ତାହାର ଠିକ୍ ମୁଣ୍ଡ ଉପରେ ଗୋଟିଏ ଛିଦ୍ର କରା ଯାଇଥାଏ। ସେହି ଛିଦ୍ର ବାଟେ ନଳର ନିମ୍ନମୁଣ୍ଡକୁ ଭର୍ତ୍ତି କରାଯାଏ ଓ ଉକ୍ତ ନଡ଼ିଆ କୁମ୍ପାର ପାର୍ଶ୍ୱରେ ଗୋଟିଏ ଛିଦ୍ରରେ ଓଠଲଗାଇ ବା ସଟ୍କା ଦ୍ୱାରା ଧୂଆଁ ଟାଣିବାକୁ ହୁଏ।
  • ବୈଦେ. ବି. (ଫା. ହୁକ୍କା) — ସଟ୍କା, ସିଟ୍କା (ବଂ. ସଟକା, ନଲ), ନଡ଼ିଆ କୁମ୍ପାର ପାର୍ଶ୍ୱସ୍ଥ ଛିଦ୍ରରେ ଲାଗିଥିବା ଛୋଟ ନଳି। ଏହାକୁ ମୁହିଁରେ ଧରି ଶୋଷିଲେ ନଡ଼ିଆ କୁମ୍ପା ମଧ୍ୟରେ ଜମା ହୋଇଥିବା ଧୁଆଁ ପାଟିକୁ ବାହାରି ଆସେ।