ହିବୃ Hibṛu
- ବୈଦେ. ବି (ଇଂ. ହିବ୍ରୁ; ହେବ୍ରୁ. ଇଭ୍ରୀ) — ବାଇବଲ୍ ଲିଖିତ ଆବ୍ରାହାମ୍ ଓ ତାଙ୍କ ପୁତ୍ର ଯାକବ୍ଙ୍କ ବଂଶଧରଗଣ; ଇହୁଦୀ; ଜିଉଜାତୀୟ ବ୍ଯକ୍ତି — Hebrew; an appellation of Abraham and his descendants through Jacob; an Israelite; a Jew
- ବୈଦେ. ବି (ଇଂ. ହିବ୍ରୁ; ହେବ୍ରୁ. ଇଭ୍ରୀ) — ଜିଉ ବା ଇହୁଦୀମାନଙ୍କ ମାତୃଭାଷା — The Hebrew language; the mother tongue of the Jews
- ବୈଦେ. ବି (ଇଂ. ହିବ୍ରୁ; ହେବ୍ରୁ. ଇଭ୍ରୀ) — [ଦ୍ର—ଏହି ଭାଷାରେ ଖ୍ରୀଷ୍ଟାନ୍ ଧର୍ମଶାସ୍ତ୍ର ବାଇବଲ୍ ପ୍ରଥମେ ଲିଖିତ ହୋଇଥିଲା। ଏହି ଭାଷାରୁ ଇଂରାଜି ଆଦି ଭିନ୍ନ ଭିନ୍ନ ଭାଷାରେ ଅନୁବାଦିତ ବାଇବଲ୍ରେ ଲେଖା ଥିବା ବ୍ଯକ୍ତି ଓ ସ୍ଥାନମାନଙ୍କର ନାମମାନ ହିବ୍ରୁ ଭାଷାରମୂଳ ନାମ ନୁହେ; ଇଂରାଜି ଆଦି ଜାତିଙ୍କ ଉଚ୍ଚାରଣର ବିଶେଷତ୍ୱ ଅନୁସାରେ ଉକ୍ତ ଶବ୍ଦମାନ ମୂଳଶବ୍ଦମାନଙ୍କଠାରୁ ପୃଥକ୍ ହୋଇଅଛି। ପୁଣି ଇଂରାଜିରୁ ବଙ୍ଗଳା ଓ ଓଡ଼ିଆରେ ଅନୁବାଦିତ ବାଇବଲ୍ରେ ଉକ୍ତ ନାମମାନ ଆହିରୁ ବିକୃତ ଆକାର ଧାରଣ କରିଅଛି।]