ହାରି Hāri

  • ସଂ. ବି—(ହୃ ଧାତୁ ଣିଚ+କର୍ତ୍ତୃ ଇ) — ପଥିକ ସନ୍ତାନ (ମେଦିନୀ) — The offspring of a traveller
  • ସଂ. ବି—(ହୃ ଧାତୁ ଣିଚ+କର୍ତ୍ତୃ ଇ) — ପ୍ରବାସୀ ବ୍ଯକ୍ତିର କ୍ଷେତ୍ରଜ ସନ୍ତାନ — The illegitimate offspring of an absent person
  • ସଂ. ବି—(ହୃ ଧାତୁ ଣିଚ+କର୍ତ୍ତୃ ଇ) — ପଥିକ ଶ୍ରେଣୀ — A group of travellers
  • ସଂ. ବି—(ହୃ ଧାତୁ ଣିଚ+କର୍ତ୍ତୃ ଇ) — (+ ଭାବ. ଇ) ଦ୍ୟୂତାଦିରେ ପରାଜୟ (ମେଦିନୀ) — Defeat in gambling
  • ବିଣ — ମନୋହର; ରୁଚିର — Charming; handsome
  • ଦେ. ବି—(ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — ଅକୃତକାର୍ଯ୍ୟ ହେବା; ମନୋ— ବାଞ୍ଛାର ଅସିଦ୍ଧି — Failure; foil; unfulfilment of one's plans
  • ଦେ. ବି—(ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି; ଫେରାଦ; ଅଭିଯୋଗ — Complaint
  • ବିଣ — ଊଣା; ନ୍ୟୁନ — Less; smaller; younger
  • ବିଣ — [ଉ—କେହି ନୁହେ ବୟସରେ ଭାରି, କେହି ନୁହେ ବୟସରେ ହାରି। ଦୀନକୃଷ୍ଣ—ରସକଲ୍ଲୋଳ।]
  • ବିଣ — ପରାଜିତ — Defeated
  • ଗ୍ରା. ଅ — ହାରିକି (ଦେଖ) — Hāriki. (See)