ହାରା Hārā
- ସଂ. ବିଣ — ହାରର ସ୍ତ୍ରୀ ଲିଙ୍ଗ — Feminine of 'Hāra'
- ଦେ. ବି — ହାର; ମାଳ — Necklace, garland
- ଦେ. ବି — [ଉ—ତୁହିପରା ମୋ ହୃଦୟ ମଣିମୟ ହାରା ରେ—କବିସୂର୍ଯ୍ୟ, ସଙ୍ଗୀତ]
- ଦେ. ବି — (ସ୍ତ୍ରୀ) —ହାରାମଣିର ଡାକନାମ — Nickname of 'Hārāmaṇi'
- ବିଣ — (ବଙ୍ଗଳାରୁ ଅନୁକୃତ) ଅପହୃତ — Stolen
- ବିଣ — ହଜିଥିବା — Lost
- ବିଣ — [ଦ୍ର—ଏ ଅର୍ଥରେ ଏ ଶବ୍ଦ ବଙ୍ଗଳା; କିନ୍ତୁ ଏହା ଓଡ଼ିଆ ଭାଷାରେ କ୍ରମଶଃ ବ୍ଯବହୃତ ହୋଇ ଗଲାଣି। ଯଥା—ହାରାଧନ; ହାରାମଣି।]