ହାପରା Hāparā
- ପ୍ରାଦେ (ଗଡ଼ଜାତ) ବି—(ଧ୍ୱନ୍ୟନୁକରଣ) — କ୍ଷେତ୍ରରେ ଶସ୍ୟ ଓ ଫଳ ଖାଇଯିବା ବନ୍ୟ ଜନ୍ତୁମାନଙ୍କୁ ହୁରୁଡ଼ାଇବା ପାଇଁ କୃଷକମାନେ କ୍ଷେତରେ ଦ୍ୱିଫାଳ ହୋଇଥିବା ଯେଉଁ ଗୋଟାଳିଆ ଲମ୍ବବାଉଁଶ ପୋତି ଥାଆନ୍ତି — A long thick bamboo split in two and driven into the ground in a field in order to scare away wild animals from injuring the crops
- ପ୍ରାଦେ (ଗଡ଼ଜାତ) ବି—(ଧ୍ୱନ୍ୟନୁକରଣ) — [ଦ୍ର—ଫଟା ହୋଇଥିବା ବାଉଁଶର ଗୋଟିଏ ଫାଳରେ ଦଉଡ଼ି ଲଗାଯାଇ ଥାଏ; ଭାଡ଼ି ମଧ୍ୟରେ ଥିବା ବ୍ଯକ୍ତି ଦଉଡ଼ିବନ୍ଧା ଫାଳରେ ଦଉଡ଼ିକି ଝିଙ୍କି ଛାଡ଼ି ଦିଅନ୍ତି ଓ ଦଉଡ଼ିକୁ ଛାଡ଼ି ଦେବା ଯୋଗୁଁ ବାଉଁଶର ଏକଫାଳ ଅନ୍ଯ ଫାଳରେ ବାଜି ଗୋଟାଏ ଉଚ୍ଚ ଶବ୍ଦଜାତ ହୁଏ ଓ ସେ ଧ୍ୱନି ଶୁଣି ଫସଲ ଖାଇବାକୁ ଆସିଥିବା ଜନ୍ତୁମାନେ କ୍ଷେତି ଛାଡ଼ି ପଳାଇ ଯାଆନ୍ତି।]
- ପ୍ରାଦେ (ଗଡ଼ଜାତ) ବି—(ଧ୍ୱନ୍ୟନୁକରଣ) — ହାପର ଦ୍ୱାରା କରାଯିବା ଧ୍ୱନି — The sound made by a split bamboo to scare away wild animals coming to a field to destroy crops