ହାଉଡ଼ା Hāuṟḍ̠ā
- ଦେ. ବି (ନାମ) — ହାବୁଡ଼ା; କଲିକତାର ବିପରୀତ ପାରରେ ଗଙ୍ଗା କୂଳରେ ଥିବା ନଗର ଓ ଜିଲ୍ଲା — Howrah; (District and town on the opposite side of Calcutta
- ଦେ. ବି (ନାମ) — [ଦ୍ର—ଏଠାରେ ଗଙ୍ଗାନଦୀ ଉପରେ ଗୋଟିଏ ଭାସମାନ ସେତୁ (ପୋଲ) ଅଛି। ଏଠାରେ ବେଙ୍ଗଲ ନାଗପୁର ରେଳୱ୍ୟେ ଓ ଇଷ୍ଟ ଇଣ୍ଡିଆନ୍ ରେଳୱ୍ୟେର ଗୋଟିଏ ସମ୍ମିଳିତ ବଡ଼ ଷ୍ଟେସନ୍ ଅଛି।
- ଦେ. ବିଣ. ପୁଂ (ସଂ. ହାବ; ଯେଉଁ ବ୍ଯକ୍ତି ହାବ ବା ଇଙ୍ଗିତ ଦ୍ୱାରା ଭାବ ପ୍ରକାଶ କରେ) — ବୋବା — Dumb; mute
- ଦେ. ବିଣ. ପୁଂ (ସଂ. ହାବ; ଯେଉଁ ବ୍ଯକ୍ତି ହାବ ବା ଇଙ୍ଗିତ ଦ୍ୱାରା ଭାବ ପ୍ରକାଶ କରେ) — [ଉ— ହାଉଡ଼ା କଥା ହାଉଡ଼ା ମାଆ ଜାଣେ—ଫକୀର ମୋହନ ଛମାଣ ଆଠଗୁଣ୍ଠ।]
- ଦେ. ବିଣ. ପୁଂ (ସଂ. ହାବ; ଯେଉଁ ବ୍ଯକ୍ତି ହାବ ବା ଇଙ୍ଗିତ ଦ୍ୱାରା ଭାବ ପ୍ରକାଶ କରେ) — ଖନା — Faltering in speech
- ଦେ. ବିଣ. ପୁଂ (ସଂ. ହାବ; ଯେଉଁ ବ୍ଯକ୍ତି ହାବ ବା ଇଙ୍ଗିତ ଦ୍ୱାରା ଭାବ ପ୍ରକାଶ କରେ) — [ଉ—ସଂକୀର୍ତ୍ତନରେ ହାଉଡ଼ାଟା ମଧ୍ୟ ଆଁ କରି ଦିଏ—ଢଗ]
- ଦେ. ବିଣ. ପୁଂ (ସଂ. ହାବ; ଯେଉଁ ବ୍ଯକ୍ତି ହାବ ବା ଇଙ୍ଗିତ ଦ୍ୱାରା ଭାବ ପ୍ରକାଶ କରେ) — ଓଲ୍ଲୁ; ନିର୍ବୁଦ୍ଧିଆ — Foolish; stupid; idiotic